Alligations: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ

Sep 30, 2026 - 22:55
Alligations: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ

"ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗୋଳ ପଞ୍ଚାୟତର ନିମୁଡ଼ିହା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି।

ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ବୈଶିଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି।

Advertisment ନିମୁଡ଼ିହା ଗ୍ରାମର ଚନ୍ଦୁ ମୁର୍ମୁଙ୍କ ୩୫ ବର୍ଷୀୟ ପୁଅ କୁଶୁ ମୁର୍ମୁ ନିୟମିତ ନିଶା ସେବନ କରୁଥିବା ଅଭିଯୋଗ ହୋଇଛି।

ଗତ ୨୮ ତାରିଖ ସୋମବାର ମଧ୍ୟାହ୍ନରେ ସେ ନିଶାସକ୍ତ ଅବସ୍ଥାରେ ନିଜଠାରୁ ପ୍ରାୟ ୧୦ ବର୍ଷ ବୟସରେ ବଡ଼ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦେଢ଼ଶୁରଙ୍କ ଘରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।

କିଛି ସମୟ ପରେ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

ପରେ ଏହି ଘଟଣାକୁ ନେଇ ସେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଅଭିଯୁକ୍ତ ଥାନାରେ ଅଟକ ଅଭିଯୋଗ ଆଧାରରେ ବୈଶିଙ୍ଗା ପୁଲିସ ୫୦୩/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ବୁଧବାର ଭୋର ସମୟରେ ଅଭିଯୁକ୍ତ କୁଶୁ ମୁର୍ମୁଙ୍କୁ ପୁଲିସ ଗିରଫ କରିଥିଲା।

ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା।

ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।