Rahul Gandhi: ରାହୁଲ ଗାନ୍ଧୀଙ୍କୁ କସାବ ସହ ତୁଳନା: ପୂର୍ବତନ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ
"ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ଅଜମଲ କସାବ ସହ ତୁଳନା କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି।
ଏହି ପୋଷ୍ଟକୁ ନେଇ ପୂର୍ବତନ ବାୟୁସେନା ଅଧିକାରୀ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅନୂପ ବର୍ମାଙ୍କ ବିରୋଧରେ କଂଗ୍ରେସ ସେବା ଦଳ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି।Advertisment ଆହୁରି ପଢନ୍ତୁ :Odisha Flood Review: ବନ୍ୟା ପ୍ରଭାବିତ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ଅନୂପ ମଙ୍ଗଳବାର ସୋସିଆଲ ମିଡିଆ "ଏକ୍ସ"ରେ ରାହୁଲ ଗାନ୍ଧୀ ଓ କସାବଙ୍କ ଫଟୋ ପୋଷ୍ଟ କରିଥିଲେ।
ଏଥିରେ ଉଭୟଙ୍କ ହାତରେ ବ୍ୟାଗ୍ ଥିବା ଦେଖାଯାଇଥିଲା।
ପୋଷ୍ଟରେ ସେ ରାହୁଲ ଭାରତ ପାଇଁ କସାବଠାରୁ ମଧ୍ୟ ଅଧିକ ବିପଜ୍ଜନକ ବୋଲି ଦର୍ଶାଇଥିଲେ।
ଏହା ପରେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା।
କଂଗ୍ରେସ ସେବା ଦଳର ଆଇନ ପ୍ରକୋଷ୍ଠ ଅନୂପଙ୍କ ବିରୋଧରେ ଅଭିଯୋଗ ଦାୟର କରିଛି।
ଆହୁରି ପଢନ୍ତୁ :Assaulted Over Witchcraft ଗୁଣିଗାରେଡ଼ି ସନ୍ଦେହରେ ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼ ସଂଗଠନ କହିଛି ଯେ, କଂଗ୍ରେସ ନେତା କିମ୍ବା ସଦସ୍ୟଙ୍କୁ ଟାର୍ଗେଟ୍ କରି କରାଯାଉଥିବା ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।
ସମ୍ବିଧାନର ଧାରା ୧୯ ଅନୁଯାୟୀ ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ମଧ୍ୟ ଏଥିରେ ଆଇନଗତ ପ୍ରତିବନ୍ଧକ ରହିଥିବା ସଂଗଠନ କହିଛି।
ଅନୂପଙ୍କ ପୋଷ୍ଟକୁ ନେଇ ଅନ୍ୟ ଜଣେ ପୂର୍ବତନ ବାୟୁସେନାଅଧିକାରୀ ସର୍ଜେଣ୍ଟ କର୍ମବୀର ସିଂହ ମଧ୍ୟ ଆପତ୍ତି ଉଠାଇଛନ୍ତି।
ରାଜନୈତିକ ମତଭେଦ ଗଣତନ୍ତ୍ରର ଅଂଶ ହୋଇଥିଲେ ମଧ୍ୟ ଏଭଳି ତୁଳନା ଉଚିତ ନୁହେଁ ବୋଲି ସେ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।