26 SEPTEMBER 2026

Welcome!

Unlock your personalized experience.
Sign Up

Allowance: ଅକ୍ଟୋବରସୁଦ୍ଧା ମିଳିବ ବକେୟା ଭତ୍ତା: ଭତ୍ତା ଅପେକ୍ଷାରେ ୫ଲକ୍ଷରୁ ଅଧିକ ଆବେଦନକାରୀ

Sep 26, 2026 - 19:44
Allowance: ଅକ୍ଟୋବରସୁଦ୍ଧା ମିଳିବ ବକେୟା ଭତ୍ତା: ଭତ୍ତା ଅପେକ୍ଷାରେ ୫ଲକ୍ଷରୁ ଅଧିକ ଆବେଦନକାରୀ

ଭୁବନେଶ୍ବର: ଗତ କିଛିମାସ ହେବ ଭତ୍ତା ପାଇ ନ ଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବରସୁଦ୍ଧା ବକେୟା ଭତ୍ତା ମିଳିବ। ଏନେଇ ବିଧାନସଭାରେ ଲିଖିତଭାବେ ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଶ୍ରୀ ଗଣ୍ଡ କହିଛନ୍ତି, ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ଲକ୍ଷ ୩୩ହଜାର ୯୫୯ଜଣ ହିତାଧିକାରୀ ଅଛନ୍ତି। ଏହି ହିତାଧିକାରୀଙ୍କ ମଧ୍ୟରୁ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ କିଛି ହିତାଧିକାରୀଙ୍କ ଭତ୍ତା ଗତ ୫ମାସ ଧରି ଦିଆଯାଇନାହିଁ। ଯାହା ସଂପର୍କରେ ସରକାର ଅବଗତ ଅଛନ୍ତି। ତେଣୁ ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରିର ମିଳିତ ସହଯୋଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। 

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ରାଜ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସମୁଦାୟ ୫୭ଲକ୍ଷ ୮ହଜାର ୯୬୭ଜଣ ହିତାଧିକାରୀ ସାମିଲ ରହିଛନ୍ତି। ଏହା ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାରୁ କେନ୍ଦ୍ର ସରକାର ଏଥିପାଇଁ ବାର୍ଷିକ ୬୩୬କୋଟି ୪୧ଲକ୍ଷ ଓ ରାଜ୍ୟ ସରକାରଙ୍କ ବାର୍ଷିକ ଆର୍ଥିକ ଅଂଶ ୨୫୫୯କୋଟି ଓ ୪୮ଲକ୍ଷ ଟଙ୍କା ରହିଛି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୮୩୬କୋଟିର ବ୍ୟବସ୍ଥା କରାଯାଇଛି।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ବର୍ତ୍ତମାନସୁଦ୍ଧା ୫ଲକ୍ଷ ୧୪ହଜାର ୨୬୭ଜଣ ଭତ୍ତା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରି ଅନୁମୋଦନ ଅପେକ୍ଷାରେ ରହିଛନ୍ତି। ଯାଞ୍ଚ ହୋଇଥିବା ସମସ୍ତ ଯୋଗ୍ୟ ଆବେଦନଗୁଡ଼ିକ ଆସନ୍ତା ଅକ୍ଟୋବର ମାସରେ ଅନୁମୋଦନ କରାଯିବାକୁ ପଦକ୍ଷେପ ନିଆଯାଉଛି। ପେନ୍‌ସନ୍‌ ଅପେକ୍ଷାରେ ଥିବା ସମସ୍ତ ଯୋଗ୍ୟ ବୟସ୍କ, ଦିବ୍ୟାଙ୍ଗ ଓ ନିରାଶ୍ରମ ବ୍ୟକ୍ତିଙ୍କୁ ଭତ୍ତା ମଞ୍ଜୁର କରାଗଲେ, ଅତିରିକ୍ତ ୫ଲକ୍ଷ ୧ହଜାର ଓ ୬୯୫ଜଣଙ୍କୁ ମିଶାଇ ସମୁଦାୟ ୬୨ଲକ୍ଷ ୧୦ହଜାର ୬୬୨ ହିତାଧିକାରୀ ଉପକୃତ ହେବେ। ଏହାସହ ସମସ୍ତ ହିତାଧିକାରୀଙ୍କୁ ୩ହଜାର ଟଙ୍କା ପେନ୍‌ସନ୍‌ ଦିଆଗଲେ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ବାର୍ଷିକ ଅତିରିକ୍ତ ୩ହଜାର ୫ଶହ ୮କୋଟି ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଷିକ ଅତିରିକ୍ତ ୯ହଜାର ୬ଶହ ୬୮କୋଟିର ଆର୍ଥିକ ବୋଝ ପଡ଼ିବ। ବିଧାୟକ ଗଣେଶ୍ବର ବେହେରା, ମାନସ କୁମାର ଦତ୍ତ ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଏ ସଂପର୍କିତ ପ୍ରଶ୍ନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।