Forgot Your Mobile Number?: ନିଜ ମୋବାଇଲ୍ ନମ୍ବର ଭୁଲିଗଲେ ଚିନ୍ତା ନାହିଁ, ଏମିତି ଜାଣନ୍ତୁ ନମ୍ବର...

Sep 26, 2026 - 18:40
Forgot Your Mobile Number?: ନିଜ ମୋବାଇଲ୍ ନମ୍ବର ଭୁଲିଗଲେ ଚିନ୍ତା ନାହିଁ, ଏମିତି ଜାଣନ୍ତୁ ନମ୍ବର...

"ନୂଆଦିଲ୍ଲୀ: ସାଧାରଣତଃ ଆମେ ନିଜ ମୋବାଇଲ୍ ନମ୍ବର ମନେ ରଖିଥାଉ।

କିନ୍ତୁ ଅନେକ ସମୟରେ ଫୋନ୍‌ରେ ସିମ୍‌ ବଦଳାଇବା କିମ୍ବା ନୂଆ ସିମ୍‌ ନେବା ପରେ କେଉଁ ସିମ୍‌ର ନମ୍ବର କଣ, ତାହା ମନେ ରହିନଥାଏ।

ଏବେ ଅନେକ ଲୋକ ଗୋଟିଏ ଫୋନ୍‌ରେ ଏକାଧିକ ସିମ୍‌ ମଧ୍ୟ ବ୍ୟବହାର କରୁଛନ୍ତି।ଏଭଳି ସମୟରେ ନିଜ ମୋବାଇଲ୍ ନମ୍ବର ଜାଣିବା ପାଇଁ ଅଧିକ ଚିନ୍ତା କରିବାର ଦରକାର ନାହିଁ।

କିଛି ସହଜ ଉପାୟରେ ଆପଣ ନିଜ ଫୋନ୍‌ରୁ ହିଁ ନମ୍ବର ଜାଣିପାରିବେ।Advertisment ସବୁଠାରୁ ସହଜ ଉପାୟ ନିଜ ମୋବାଇଲ୍ ନମ୍ବର ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି ଅନ୍ୟ କାହାକୁ ଫୋନ୍ କରିବା।

ଘରର କୌଣସି ସଦସ୍ୟ କିମ୍ବା ବନ୍ଧୁଙ୍କ ଫୋନ୍‌କୁ କଲ୍‌ କରନ୍ତୁ।

ତାଙ୍କ ଫୋନ୍‌ରେ ଆପଣଙ୍କ ନମ୍ବର ଦେଖାଯିବ।

ଆହୁରି ପଢ଼ନ୍ତୁ- ShakthiSAT: ମିଶନ ଶକ୍ତିସ୍ୟାଟ୍: ୧୦୮ ଦେଶର ଛାତ୍ରୀ ପ୍ରସ୍ତୁତ କଲେ ସାଟେଲାଇଟ୍ ଆଇଫୋନ୍‌ରେ ନିଜ ନମ୍ବର କେମିତି ଜାଣିବେ?

ଆଇଫୋନ୍ ବ୍ୟବହାର କରୁଥିଲେ ଫୋନ୍‌ର ସେଟିଂକୁ ଯାଇ ନିଜ ନମ୍ବର ଜାଣିପାରିବେ।୧.

ପ୍ରଥମେ ଫୋନ୍‌ର ସେଟିଂ ଖୋଲନ୍ତୁ।୨.

ଏହାପରେ ମୋବାଇଲ୍ ସର୍ଭିସ୍‌ ଅପ୍‌ସନ୍‌କୁ ଯାଆନ୍ତୁ।

୩.

ଏଠାରେ ମାଇଁ ନମ୍ବର ତଳେ ଆପଣଙ୍କ ମୋବାଇଲ୍ ନମ୍ବର ଦେଖାଯିବ।

ଆଣ୍ଡ୍ରଏଡ୍ ଫୋନ୍‌ରେ ନିଜ ନମ୍ବର କେମିତି ଜାଣିବେ?

ଆଣ୍ଡ୍ରଏଡ୍ ଫୋନ୍‌ରେ ମଧ୍ୟ ନିଜ ମୋବାଇଲ୍ ନମ୍ବର ସହଜରେ ଜାଣିହେବ।୧.

ପ୍ରଥମେ ଫୋନ୍‌ର ସେଟିଂ ଖୋଲନ୍ତୁ।୨.

ଏହାପରେ ନେଟ୍‌ୱର୍କ ଓ ଇଣ୍ଟରନେଟ୍‌ ଅପ୍‌ସନ୍‌କୁ ଯାଆନ୍ତୁ।୩.

ଏବେ ସିମ୍‌ସ ଉପରେ ଟ୍ୟାପ୍‌ କରନ୍ତୁ।୪.

ଏଠାରେ ଫୋନ୍‌ରେ ଥିବା ସମସ୍ତ ସିମ୍‌ ଓ ଇ-ସିମ୍‌ ସମ୍ପର୍କିତ ସୂଚନା ଦେଖିପାରିବେ।କିଛି ଆଣ୍ଡ୍ରଏଡ୍ ଫୋନ୍‌ରେ ଏହି ବିକଳ୍ପର ନାମ ଅଲଗା ହୋଇପାରେ।

ଏଭଳି ସ୍ଥିତିରେ Settings > About phone କୁ ଯାଇ ମଧ୍ୟ ସିମ୍‌ ଓ ମୋବାଇଲ୍ ନମ୍ବର ସମ୍ପର୍କିତ ସୂଚନା ମିଳିପାରେ।

ଜିଓ ନମ୍ବର କେମିତି ଜାଣିବେ?

ଜିଓ ସିମ୍‌ ବ୍ୟବହାର କରୁଥିଲେ ନିଜ ନମ୍ବର ଜାଣିବା ପାଇଁ ଏହି ଉପାୟ କରନ୍ତୁ।

୧.

ଫୋନ୍‌ର ‌ Phone ଆପ୍ ଖୋଲନ୍ତୁ।୨.

Keypad ଖୋଲନ୍ତୁ।୩.

୧୨୯୯ ଡାଏଲ୍‌ କରି ଫୋନ୍ କରନ୍ତୁ।୪.

କିଛି ସମୟ ପରେ ଫୋନ୍‌ଟି ଆପେ କଟିଯିବ।୫.

ଏହାପରେ ଏହାପରେ ଆପଣଙ୍କ ନମ୍ବର ଓ ପ୍ଲାନ୍‌ ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମିଳିବ।୬.

ଏହାଛଡ଼ା ୧୯୯କୁ ଫୋନ୍ କରି ମଧ୍ୟ ନିର୍ଦ୍ଦେଶ ଅନୁସରଣ କରି ନିଜ ନମ୍ବର ଜାଣିପାରିବେ।

ଆହୁରି ପଢ଼ନ୍ତୁ- Iron: ରାଜ୍ୟ ବାହାରକୁ ଯାଉଛି ୫୩% ଲୁହାପଥର: ୫ ବର୍ଷରେ ବିଦେଶକୁ ୭୭ ନିୟୁତ ଟନ୍‌ ରପ୍ତାନି ଏୟାରଟେଲ୍ ନମ୍ବର କେମିତି ଜାଣିବେ?

ଏୟାରଟେଲ୍ ସିମ୍‌ ଥିଲେ ଏହି ଉପାୟରେ ନିଜ ନମ୍ବର ଜାଣିପାରିବେ।୧.

ଫୋନ୍‌ର ‌ Phone ଆପ୍ ଖୋଲନ୍ତୁ।୨.

Keypad ଖୋଲନ୍ତୁ।୩. *୨୮୨# ଡାଏଲ୍‌ କରି ଫୋନ୍ କରନ୍ତୁ।୪.

ଏହାପରେ ଫୋନ୍‌ ସ୍କ୍ରିନ୍‌ରେ ଆପଣଙ୍କ ମୋବାଇଲ୍ ନମ୍ବର ଦେଖାଯିବ।୫.

ଚାହିଲେ ୧୨୧କୁ ଫୋନ୍ କରି ମଧ୍ୟ ନିର୍ଦ୍ଦେଶ ଅନୁସରଣ କରି ନମ୍ବର ଜାଣିପାରିବେ।

ଭି ନମ୍ବର କେମିତି ଜାଣିବେ?

ଭି ସିମ୍‌ ବ୍ୟବହାର କରୁଥିଲେ ନିଜ ନମ୍ବର ଜାଣିବା ପାଇଁ ଏଭଳି କରନ୍ତୁ।୧.

ଫୋନ୍‌ର ‌ Phone ଆପ୍ ଖୋଲନ୍ତୁ।୨.

Keypad ଖୋଲନ୍ତୁ।

୩. *୧୯୯# ଡାଏଲ୍‌ କରି ଫୋନ୍ କରନ୍ତୁ।୪.

ଏହାପରେ ସ୍କ୍ରିନ୍‌ରେ ଏକ ମେସେଜ୍‌ ଆସିବ।

ସେଥିରେ ଆପଣଙ୍କ ମୋବାଇଲ୍ ନମ୍ବର ଦେଖାଯିବ।୫.

ଏହାଛଡ଼ା ୧୯୯ କିମ୍ବା ୧୯୮କୁ ଫୋନ୍ କରି ମଧ୍ୟ ନମ୍ବର ଜାଣିପାରିବେ।

ଆହୁରି ପଢ଼ନ୍ତୁ- Saree allowance: ଡିଜିଟାଲ୍ ବିଦ୍ୟୁତ୍ ବିଲ୍ ପରିଚାଳନା ପାଇଁ 'ଦୀପ୍ତି' ପୋର୍ଟାଲ୍ ଶୁଭାରମ୍ଭ ବିଏସ୍‌ଏନ୍‌ଏଲ୍ ନମ୍ବର କେମିତି ଜାଣିବେ?

ବିଏସ୍‌ଏନ୍‌ଏଲ୍ ସିମ୍‌ ବ୍ୟବହାର କରୁଥିଲେ ନିଜ ନମ୍ବର ଜାଣିବା ପାଇଁ ଏହି ଉପାୟ କରନ୍ତୁ।୧.

ଫୋନ୍‌ର ‌ Phone ଆପ୍ ଖୋଲନ୍ତୁ।୨.

Keypad ଖୋଲନ୍ତୁ।୩. *୨୨୨# ଡାଏଲ୍‌ କରି ଫୋନ୍ କରନ୍ତୁ।୪.

ସ୍କ୍ରିନ୍‌ରେ ଏକ ମେସେଜ୍‌ ଆସିବ।

ସେଥିରେ ଆପଣଙ୍କ ମୋବାଇଲ୍ ନମ୍ବର ଦେଖାଯିବ।୫.

ଏହାଛଡ଼ା ୧୮୦୦-୧୮୦-୧୫୦୩କୁ ଫୋନ୍ କରି ମଧ୍ୟ ନିର୍ଦ୍ଦେଶ ଅନୁସରଣ କରି ନିଜ ନମ୍ବର ଜାଣିପାରିବେ।

ତେଣୁ ନିଜ ମୋବାଇଲ୍ ନମ୍ବର ମନେ ନଥିଲେ ଆଉ ଚିନ୍ତା କରିବାର ଦରକାର ନାହିଁ।

ଫୋନ୍‌ର ସେଟିଂସ୍‌ କିମ୍ବା ନିଜ ସିମ୍‌ କମ୍ପାନିର ସେବା ବ୍ୟବହାର କରି କିଛି ସମୟ ମଧ୍ୟରେ ନିଜ ନମ୍ବର ଜାଣିପାରିବେ।

ଅଧିକ ଦେଖନ୍ତୁ-  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।