Ama Bus Theft Case: ଭୁବନେଶ୍ୱରରେ ‘ଆମ ବସ୍’ରୁ ଲୁଟ୍ ଘଟଣା; ୫ ଜଣିଆ ମହିଳା ବଂଜରା ଗ୍ୟାଙ୍ଗ ଗିରଫ
ଭୁବନେଶ୍ୱରରେ ‘ଆମ ବସ୍’ରୁ ଲୁଟ୍ ଘଟଣା। ୫ ଜଣିଆ ମହିଳା ବଂଜରା ଗ୍ୟାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି ନୟାପଲ୍ଲି ପୋଲିସ। ସେମାନଙ୍କ ଠାରୁ ୧୦ଟି ଚୋରା ମୋବାଇଲ, ୨ଟି ଦାମୀ ବ୍ୟାଗ ଜବତ କରାଯାଇଛି। ସମସ୍ତ ମହିଳା ମାନଙ୍କ ଘର ହେଉଛି ମହାରାଷ୍ଟ୍ର। ଏହି ଗ୍ୟାଙ୍ଗ ‘ଆମ ବସ୍' ଏବଂ ମାର୍କେଟରେ ଜାଣିଶୁଣି ଭିଡ଼ ସୃଷ୍ଟି କରୁଥିଲେ।
ଯାତ୍ରୀମାନେ ଅସାବଧାନ ଥିବା ବେଳେ ସେମାନେ ଅତି ଚତୁରତାର ସହ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଲୋକଙ୍କ ପକେଟରୁ ଦାମୀ ମୋବାଇଲ୍ ଓ ଟଙ୍କା ଲୁଟି ନେଉଥିଲେ | ଅନ୍ୟ ରାଜ୍ୟରେ ଥିବା ନିଜ ଦଲାଲମାନଙ୍କ ଜରିଆରେ ବିକ୍ରି କରୁଥିଲେ I
ଜୟଦେବ ବିହାର ବସ୍ ଷ୍ଟପେଜ୍ ନିକଟରେ ୫ ଜଣ ମହିଳା ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇ ଲୁଟ୍ ମୋବାଇଲ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରିଥିଲା ପୋଲିସ। ଯାଞ୍ଚ ବେଳେ ସେମାନଙ୍କ ନିକଟରେ ଥିବା ଦୁଇଟି କପଡ଼ା ବ୍ୟାଗରୁ ବିଭିନ୍ନ ନାମୀଦାମୀ କମ୍ପାନୀର ମୋଟ ୧୦ଟି ଚୋରା ମୋବାଇଲ୍ ଜବତ କରାଯାଇଛି।
- ଭୁବନେଶ୍ୱରରେ ‘ଆମ ବସ୍’ରୁ ଲୁଟ୍ ଘଟଣା
- ୫ ଜଣିଆ ମହିଳା ବଂଜରା ଗ୍ୟାଙ୍ଗ ଗିରଫ
- ଗିରଫ କରି କୋର୍ଟ ଚାଲାଣ କଲା ନୟାପଲ୍ଲୀ ପୋଲିସ
- ୧୦ଟି ଚୋରା ମୋବାଇଲ, ୨ଟି ଦାମୀ ବ୍ୟାଗ ଜବତ
- ରାଜଧାନୀରୁ ବଂଜରା ଗ୍ୟାଙ୍ଗ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।