Ambulance Carrying Cannabis Busted by Police: ଆମ୍ବୁଲାନ୍ସ ଭିତରେ ଗଞ୍ଜେଇ! ଦୁଇ କୋଟିର ମାଲ୍ ସହ ୨ ଗିରଫ
ଆମ୍ବୁଲାନ୍ସ ଦେଖିଲେ ସାଧାରଣତଃ ମନକୁ ଆସେ ଜରୁରୀକାଳୀନ ସେବା... କିନ୍ତୁ ମାଲକାନଗିରିରେ ଏହି ଆମ୍ବୁଲାନ୍ସ ପାଲଟିଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ । ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଧରିଛି କାଲିମେଳା ପୋଲିସ । ମହାରାଷ୍ଟ୍ରର ଦୁଇ ଜଣ ବ୍ୟକ୍ତି କାଲିମେଳାର ସୁଦାକୁଣ୍ଡା ଜଙ୍ଗଲରୁ ଆମ୍ବୁଲାନ୍ସରେ ଗଞ୍ଜେଇ ବୋଝେଇ କରି ବାହାର ରାଜ୍ୟକୁ ନେଉଥିଲେ।
ପୋଲିସ ଯାଞ୍ଚ ବେଳେ ଆମ୍ବୁଲାନ୍ସରୁ ଛୋଟ ଛୋଟ ପ୍ୟାକେଟରେ ଭର୍ତ୍ତି ପ୍ରାୟ ଦୁଇ କୁଇଣ୍ଟାଲ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କା ବୋଲି କୁହାଯାଉଛି। ତେବେ ଏହି ଚାଲାଣ ପଛରେ ଥିବା କିଙ୍ଗପିନ୍ କିଏ? କେଉଁଠାକୁ ଯାଉଥିଲା ଏହି ବିପୁଳ ପରିମାଣର ଗଞ୍ଜେଇ? ଏବେ ଏହାର ଖୋଳତାଡ଼ କରୁଛି ମାଲକାନଗିରି ପୋଲିସ ।
ଆମ୍ବୁଲାନ୍ସ ପାଲଟିଛି ଗଞ୍ଜେଇ ଚାଲାଣର ମାଧ୍ୟମ
ମାଲକାନଗିରିରେ ୨ କ୍ୱିଣ୍ଟାଲ ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ
ଜବତ ଗଞ୍ଜେଇର ମୁଲ୍ୟ ୨ କୋଟି ହୋଇଥିବା ଅନୁମାନ
କାଲିମେଳାରୁ ବାହାର ରାଜ୍ୟକୁ ଯାଉଥିଲା ଗଞ୍ଜେଇ
ଗିରଫ ୨ ଅଭିଯୁକ୍ତ ମହାରାଷ୍ଟ୍ରର ହୋଇଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।