Amit Shah: ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ: ମୃତ ମାନସିକତା ଭାରତର ସମୃଦ୍ଧିକୁ ଦେଖି ପାରିବେ ନାହିଁ

Sep 25, 2026 - 18:12
Amit Shah: ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ: ମୃତ ମାନସିକତା ଭାରତର ସମୃଦ୍ଧିକୁ ଦେଖି ପାରିବେ ନାହିଁ

"ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କହିଛନ୍ତି ଯେ, ମୃତ ମାନସିକତାର ବ୍ୟକ୍ତି ଭାରତର ସମୃଦ୍ଧିକୁ ଦେଖିପାରିବ ନାହିଁ।

ସେମାନେ ସେମାନଙ୍କ ଚାରିପାଖରେ କେବଳ ନିର୍ଜୀବତା ଦେଖନ୍ତି।

ଭାରତର ଅର୍ଥନୈତିକ ଅଭିବୃଦ୍ଧି, ଏହାର ଅଭିବୃଦ୍ଧି ପୂର୍ବାନୁମାନ ଓ ସାର୍ବଭୌମ ମୂଲ୍ୟାଙ୍କନରେ ସମ୍ପ୍ରତି ହୋଇଥିବା ଅପଗ୍ରେଡ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ଗୃହମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Heavy rain: ତିନିଦିନର ଲଗାଣ ବର୍ଷାରେ ବେହାଲ ଚନ୍ଦାହାଣ୍ଡି ଉତ୍ତର ପ୍ରଦେଶରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ୨୦୨୬ କୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, କିଛି ଲୋକ ଭାରତର ଜିଡିପି ଅଭିବୃଦ୍ଧିକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

ସେ ମୁଡିଜ୍‌ର ଭାରତ ପାଇଁ ଅଭିବୃଦ୍ଧି ପୂର୍ବାନୁମାନ ୬% ରୁ ୭% କୁ ଉଦ୍ଧୃତ କରି କହିଛନ୍ତି ଯେ, ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ଏହାର ଅଭିବୃଦ୍ଧିକୁ ବଜାୟ ରଖିଛି ଓ ତ୍ୱରାନ୍ୱିତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜନୈତିକ ସ୍ଥିରତା ଉପରେ ମଧ୍ୟ ଶାହ ଆଲୋକପାତ କରି କହିଥିଲେ ଯେ, ନୀତି ନିରନ୍ତରତା ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଭାରତକୁ ଏକ ବିଶ୍ୱ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହେବାରେ ସାହାଯ୍ୟ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।