LPG: କଟିଲେ ୬୨ ଲକ୍ଷ ଏଲ୍ପିଜି ଗ୍ରାହକ, ଦଶନ୍ଧି ପରେ ପ୍ରଥମ ହ୍ରାସ
"ନୂଆଦିଲ୍ଲୀ: ଦୀର୍ଘ ଏକ ଦଶନ୍ଧି ପରେ ପ୍ରଥମ ଥର ଦେଶରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲ୍ପିଜି) ଗ୍ରାହକ ସଂଖ୍ୟା ହ୍ରାସ ପାଇଛି।
ଚଳିତ ବର୍ଷ ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ୬୨ ଲକ୍ଷ ଗ୍ରାହକ ଏଲ୍ପିଜି ପରିତ୍ୟାଗ କରିଛନ୍ତି।
ଇରାନ ଓ ଆମେରିକା ମଧ୍ୟରେ ଚାଲିିଥିବା ଯୁଦ୍ଧପାଇଁ ଏଲ୍ପିଜି ଯୋଗାଣ ପ୍ରଭାବିତ ହୋଇଛି।
ତେଣୁ ତୈଳ କମ୍ପାନିଗୁଡ଼ିକ ନୂଆ ସଂଯୋଗ ଦେବା ଏକ ପ୍ରକାର ବନ୍ଦ କରିଦେଇଛନ୍ତି ଓ ପୁରୁଣା ଗ୍ରାହକଙ୍କ ଉପରେ ନଜର ବଢ଼ାଇଛନ୍ତି।
ଭାରତ ନିଜ ଆବଶ୍ୟକତାର ୯୦ ପ୍ରତିଶତ ଏଲ୍ପିଜି ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଆମଦାନି କରୁଛି।ତୈଳ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ଏପ୍ରିଲ୍ରେ ସକ୍ରିୟ ଏଲ୍ପିଜି ଗ୍ରାହକ ସଂଖ୍ୟା ୩୩.୩୯ କୋଟି ଥିଲା।Advertisment ଆହୁରି ପଢନ୍ତୁ :Table Tennis: ଏସୀୟ କ୍ରୀଡ଼ା ୨୦୨୬: ମନୁଷ-ଦିୟାଙ୍କୁ ଟେବୁଲ ଟେନିସ୍ରେ କାଂସ୍ୟ ଅଗଷ୍ଟ ଶେଷ ସୁଦ୍ଧା ତାହା ୩୨.୭୭ କୋଟିକୁ ହ୍ରାସ ପାଇଛି।
ଗରିବ ଲୋକମାନଙ୍କ ପାଇଁ ଅଣାଯାଇଥିବା ଉଜ୍ଜ୍ବଳା ଯୋଜନାରେ ହିତାଧିକାରୀ ସଂଖ୍ୟା ମଧ୍ୟ ୧୦.୫୭ କୋଟିରୁ ହ୍ରାସ ପାଇ ୬୦ ଲକ୍ଷ ରହିଯାଇଛି।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦାୟିତ୍ବ ଗ୍ରହଣ କରିବାର ବର୍ଷକ ପରେ ୨୦୧୫-୧୬ରୁ ଏଲ୍ପିଜି ସଂଯୋଗକୁ ବ୍ୟାପକ କରାଯାଇଥିଲା।
ସେହି ସମୟରେ ଏଲ୍ପିଜି ଗ୍ରାହକ ସଂଖ୍ୟା ୧୪.୮୬ କୋଟି ଥିଲା।
ପରବର୍ତ୍ତୀ ୧୦ ବର୍ଷରେ ଗ୍ରାହକ ସଂଖ୍ୟା ପ୍ରାୟ ଦ୍ବିଗୁଣିତ ହୋଇ ୩୩.୩୯ କୋଟିରେ ପହଞ୍ଚିଥିଲା।
୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ଏଲ୍ପିଜି ସଂଯୋଗରେ ବାର୍ଷିକ ୧୧.୯ ପ୍ରତିଶତରୁ ୧୯.୬ ପ୍ରତିଶତ ଭଳି ବଡ଼ ଧରଣଣ ବାର୍ଷିକ ବୃଦ୍ଧି ହୋଇଥିଲା।
ଆହୁରି ପଢନ୍ତୁ :Heavy rain: ତିନିଦିନର ଲଗାଣ ବର୍ଷାରେ ବେହାଲ ଚନ୍ଦାହାଣ୍ଡି ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପୂର୍ବ ଭାରତରେ ୩.୪ ଲକ୍ଷ, ଦକ୍ଷିଣ ଭାରତରେ ୨୬.୩ ଲକ୍ଷ, ଉତ୍ତର ଭାରତରେ ୧୫ ଲକ୍ଷ ଓ ପଶ୍ଚିମ ଭାରତରେ ୧୬.୨ ଲକ୍ଷ ଏଲ୍ପିଜି ଗ୍ରାହକ ହ୍ରାସ ପାଇଛି।
ଏଭଳି ହ୍ରାସ ସତ୍ତ୍ବେ ଉତ୍ତର ଭାରତରେ ସର୍ବାଧିକ ୯.୯୩ କୋଟି, ଦିଣ ଭାରତରେ ୭.୯୮ କୋଟି, ପଶ୍ଚିମ ଭାରତରେ ୬.୮୩ କୋଟି ଓ ପୂର୍ବ ଭାରତରେ ୬.୭୫ କୋଟି ଏଲ୍ପିଜିଗ୍ରାହକ ରହିଛନ୍ତି।ଯୁଦ୍ଧ ପ୍ରଭାବକୁ ନଜରରେ ରଖି ପାଇପ୍ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ସଂଯୋଗ ବଢ଼ାଇବା ଉପରେ ସରକାର ଧ୍ୟାନ ଦେଉଛନ୍ତି।
ଏଥି ସହିତ ଏଲ୍ପିଜି ସଂଯୋଗ ଉପରେ ନିରୀକ୍ଷଣ ବଢ଼ାଇଦେଇଛନ୍ତି।
ସକ୍ରିୟ ଥିବା ସଂଯୋଗଗୁଡ଼ିକୁ ବାୟୋମେଟ୍ରିକ୍ ପ୍ରମାଣୀକରଣ ଜରିଆରେ ଯାଞ୍ଚ କରାଯାଉଛି।
ଆହୁରି ପଢନ୍ତୁ :Fitness: ମାଂସ ନାହିଁ, ମାଛ ନାହିଁ: କ"ଣ ରହିଛି ୯୦ ବର୍ଷୀୟ ଜାପାନୀ ବଡିବିଲ୍ଡରଙ୍କ ଡାଏଟ୍ର ରହସ୍ୟ ଆଧାର ମାଧ୍ୟମରେ ନିଷ୍କ୍ରିୟ ଓ ଗୋଟିଏ ପରିବାର ଥିବା ଏକାଧିକ ସଂଯୋଗକୁ ମଧ୍ୟ ଚିହ୍ନଟ କରାଯାଉଛି।
ଉଭୟ ଏଲ୍ପିଜି ଓ ପିଏନ୍ଜି ସଂଯୋଗ ଥିବା ଘରଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଏଲ୍ପିଜି ସଂଯୋଗ ଫେରାଇବାକୁ କୁହାଯାଉଛି।
ଏହାର ପ୍ରଭାବରେ ସହରାଞ୍ଚଳରେ ପାଇପ୍ ଜରିଆରେ ଗ୍ୟାସ୍ ସଂଯୋଗ ଦେଉଥିବା କମ୍ପାନିଗୁଡ଼ିକର ଗ୍ରାହକ କେବଳ ଚଳିତ ଆର୍ଥିକ ବର୍ଷରେ ୬୦ ଲକ୍ଷ ବୃଦ୍ଧି ପାଇଛି।
ବିଲ୍ ହେଉଥିବା ପିଏନ୍ଜି ଗ୍ରାହକଙ୍କ ସଂଖ୍ୟା ୧.୦୭ କୋଟିରେ ପହଞ୍ଚିଛି।
ଏଲ୍ପିଜି ସଂଯୋଗ ପରିହାର କରିଥିବା ପ୍ରାୟ ୧୦ ଲକ୍ଷ ଗ୍ରାହକ ପିଏନ୍ଜିକୁ ପରିବର୍ତ୍ତନ ହୋଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।