Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବଙ୍ଗଳାକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି।
ଏନେଇ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ଅଞ୍ଚଳର ଏକ ସ୍କୁଲ୍କୁ ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ତେବେ ଅମିତାଭଙ୍କ ଜଲ୍ସା କିମ୍ବା ପ୍ରତୀକ୍ଷା ବଙ୍ଗଳାକୁ ଟାର୍ଗେଟ୍ କରି ଧମକ ଦିଆଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
Advertisment ଏହା ପୂର୍ବରୁ ବିଏମ୍ସି କାର୍ଯ୍ୟାଳୟକୁ ମଧ୍ୟ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା।
ଶୁକ୍ରବାର ବିଏମ୍ସି ମେୟର ଋତୁ ତାୱଡ଼େ ଏହି ଇମେଲ୍ ପାଇଥିଲେ।
ଏଥିରେ ଅମିତାଭ ବଚ୍ଚନ, ଗାୟକ-ଅଭିନେତା ଦିଲଜିତ ଦୋସାଞ୍ଝ ଏବଂ ସହରର କେତେକ ସ୍କୁଲ୍ରେ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଥିଲା।
ପୁଲିସ ଅନୁଯାୟୀ, ଖଲିସ୍ତାନ ନ୍ୟାସନାଲ ଆର୍ମି (କେଏନ୍ଏ) ନାମକ ଏକ ଗୋଷ୍ଠୀ ଏହି ଧମକ ପାଇଁ ନିଜକୁ ଦାୟୀ କରିଛି।
ଇମେଲ୍ ମିଳିବା ପରେ ପୁଲିସ ପକ୍ଷରୁ ବ୍ୟାପକ ତଲାସୀ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ।
ମୁମ୍ବାଇ ପୁଲିସ ଜୋନ୍-୧ର ଡିସିପି ମନୀଷ କଲୱନିୟା କହିଛନ୍ତି ଯେ ବିଏମ୍ସି କାର୍ଯ୍ୟାଳୟକୁ ଆସିଥିବା ଧମକପୂର୍ଣ୍ଣ ଇମେଲ୍ର ଯାଞ୍ଚ କରାଯାଇଛି।
ଏଥିରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ।
Flight bomb threat: ଚେନ୍ନାଇ-ଗୋଆ ଇଣ୍ଡିଗୋରେ ବୋମା ଧମକ; ବିମାନରୁ ଓହ୍ଲାଇଲେ ଯାତ୍ରୀ ଧମକପୂର୍ଣ୍ଣ ଇମେଲ୍ରେ ଆଜି ଅପରାହ୍ଣ ୩ଟା ୧୧ରେ ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଏବଂ ଅପରାହ୍ଣ ୧ଟା ୧୧ରେ ଏକ ସ୍କୁଲ୍ରେ ବୋମା ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ରହିଛି।
ଏଥିସହ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଜୁହୁସ୍ଥିତ ଅମିତାଭଙ୍କ ଜଲ୍ସା ବଙ୍ଗଳାକୁ ଟାର୍ଗେଟ୍ କରାଯିବ ବୋଲି ଧମକ ଦିଆଯାଇଛି।
ଅକ୍ଟୋବର ୩୧ରେ ଏକ ସ୍କୁଲ୍ରେ ଗ୍ରେନେଡ୍ ଆକ୍ରମଣ କରିବାକୁ ମଧ୍ୟ ଧମକ ମିଳିଛି।
ଅନ୍ୟପକ୍ଷରେ, ଦିଲଜିତ ଦୋସାଞ୍ଝଙ୍କ 'ଇଣ୍ଡିଆ ଟୁର୍' କନସର୍ଟ ନଭେମ୍ବର ୨୭ରେ ମୁମ୍ବାଇର ମହାଲକ୍ଷ୍ମୀ ରେସ୍କୋର୍ସରେ ଆରମ୍ଭ ହେବ।
ତେବେ ସୁରକ୍ଷା କାରଣରୁ ଅକ୍ଟୋବର ୩୦ରେ ଦିଲଜିତଙ୍କ କନସର୍ଟ ପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ସଂସ୍ଥା ଓ ମୁମ୍ବାଇ ପୁଲିସ ସତର୍କ ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।