Bangladesh jails: ଦଣ୍ଡ ଶେଷ ପରେ ବି ବାଂଲାଦେଶ ଜେଲ୍‌ରେ ଅଟକିଛନ୍ତି ୧୬୮ ଭାରତୀୟ

Oct 23, 2026 - 21:32
Bangladesh jails: ଦଣ୍ଡ ଶେଷ ପରେ ବି ବାଂଲାଦେଶ ଜେଲ୍‌ରେ ଅଟକିଛନ୍ତି ୧୬୮ ଭାରତୀୟ

ନୂଆଦିଲ୍ଲୀ: ବାଂଲାଦେଶର ବିଭିନ୍ନ ଜେଲ୍‌ରେ ଦଣ୍ଡାଦେଶର ଅବଧି ଶେଷ ହୋଇଥିଲେ ମଧ୍ୟ ୧୬୮ ଜଣ ଭାରତୀୟ ନାଗରିକ ଏବେ ବି ଅଟକି ରହିଛନ୍ତି।

ସେମାନଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ନାଗରିକତା ଯାଞ୍ଚରେ ବିଳମ୍ବ ଯୋଗୁଁ ଅଟକି ରହିଥିବା ସୂଚନା ମିଳିଛି।

ତେବେ ଢାକାସ୍ଥିତ ଭାରତୀୟ ହାଇକମିସନ କହିଛି, ଏପର୍ଯ୍ୟନ୍ତ କେବଳ ୨୫ ଜଣଙ୍କ ଭାରତୀୟ ନାଗରିକତା ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନେ ଦେଶକୁ ଫେରିବାକୁ ଅପେକ୍ଷା କରିଛନ୍ତି।

Advertisment 'ଦି ଡେଲି ଷ୍ଟାର୍‌'ର ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଜେଲ୍‌ଗୁଡ଼ିକରେ ୧୫ଟି ଦେଶର ମୋଟ ୪୦୭ ଜଣ ବିଦେଶୀ କଏଦୀ ଅଛନ୍ତି।

ସେମାନଙ୍କ ମଧ୍ୟରୁ ୨୩୮ ଜଣ ଭାରତୀୟ, ଯାହା ସର୍ବାଧିକ।

ଏହି ୨୩୮ ଜଣଙ୍କ ମଧ୍ୟରୁ ୧୬୮ ଜଣ ନିଜ ଦଣ୍ଡାଦେଶ ପୂରଣ କରିସାରିଥିଲେ ମଧ୍ୟ ଏବେ ବି ଜେଲ୍‌ରେ ରହିଛନ୍ତି।

ଢାକାସ୍ଥିତ ଭାରତୀୟ ହାଇକମିସନ୍‌ର କନ୍‌ସୁଲାର ୱିଙ୍ଗର ଜଣେ ଅଧିକାରୀ କହିଛନ୍ତି, ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ୧୨୧ ଜଣ ଭାରତୀୟ କଏଦୀଙ୍କ ତାଲିକା ପଠାଇଥିଲା।

କିନ୍ତୁ ଅଧିକାଂଶ କଏଦୀଙ୍କ ବ୍ୟକ୍ତିଗତ ବିବରଣୀ ଅସମ୍ପୂର୍ଣ୍ଣ ଥିବାରୁ ସେମାନଙ୍କ ଭାରତୀୟ ନାଗରିକତା ଯାଞ୍ଚ କରିବା ସମ୍ଭବ ହୋଇନାହିଁ।

ଏହି କାରଣରୁ ହାଇକମିସନ ସମ୍ପୃକ୍ତ କଏଦୀଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ମାଗିଛି ଏବଂ ବାଂଲାଦେଶ ସରକାରଙ୍କ ଉତ୍ତରକୁ ଅପେକ୍ଷା କରିଛି।

BSF: ଦୁଇ ଭାରତୀୟ ନାଗରିକଙ୍କୁ ଗୁଳି କରିଛି ବିଏସଏଫ: ବାଂଲାଦେଶର ଦାବି ଅନେକ ଭାରତୀୟ କଏଦୀଙ୍କୁ ବେଆଇନଭାବେ ସୀମା ପାର୍‌ କରିବା, ନିଶାଦ୍ରବ୍ୟ ଚୋରାଚାଲାଣ, ମାନବ ଚାଲାଣ ଓ ବେଆଇନ ଭଏସ୍‌ ଓଭର୍‌ ଇଣ୍ଟରନେଟ୍‌ ପ୍ରୋଟୋକଲ୍‌ ବ୍ୟବସାୟ ପରି ମାମଲାରେ ଦଣ୍ଡିତ କରାଯାଇଥିଲା।

ମ୍ୟାନମାରର ୧୩୩ ଜଣ କଏଦୀ ଦ୍ୱିତୀୟ ସର୍ବାଧିକ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେବଳ ଜଣେ ଦଣ୍ଡାଦେଶ ଶେଷ ପରେ ପ୍ରତ୍ୟାବର୍ତ୍ତନ ପାଇଁ ଅପେକ୍ଷା କରିଛନ୍ତି।

ଏହାଛଡ଼ା ନାଇଜେରିଆର ୬ ଜଣ ଏବଂ ପାକିସ୍ତାନ ଓ ମାଲେସିଆର ୩ ଜଣ ଲେଖାଏଁ କଏଦୀ ମଧ୍ୟ ବାଂଲାଦେଶ ଜେଲ୍‌ରେ ଅଛନ୍ତି।

ଜେଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଦଣ୍ଡାଦେଶ ଶେଷ କରିଥିବା ବିଦେଶୀ କଏଦୀମାନଙ୍କୁ ଜେଲ୍‌ରେ ରଖିବା ଯୋଗୁଁ ପ୍ରଶାସନିକ ଅସୁବିଧା ସୃଷ୍ଟି ହେବା ସହ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ମଧ୍ୟ ବଢ଼ୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।