Amitabh Bachchan: ଘରେ ନିଜ କାମ ନିଜେ କରନ୍ତି ଅମିତାଭ ବଚ୍ଚନ, ହେଲେ ରୋଷେଇ ପାଇଁ ପତ୍ନୀ ଜୟାଙ୍କୁ କରନ୍ତି ଅନୁରୋଧ
"ମୁମ୍ବାଇ: ବଲିଉଡ୍ର ଶେହନଶାହ ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି।
ତାଙ୍କର ଗୋଟିଏ ଝଲକ ପାଇବାକୁ ପ୍ରଶଂସକମାନେ ଅନେକ ସମୟ ଧରି ଚାହିଁ ରହିଥାନ୍ତି।
ଅଭିନେତା ମଧ୍ୟ ନିଜ ଜୀବନ ସହ ଜଡ଼ିତ ଅନେକ ରୋଚକ କଥା ତାଙ୍କ ପ୍ରଶଂସକମାନଙ୍କ ସହ ସେୟାର କରିଥାନ୍ତି।
ଅଗଷ୍ଟ ମାସରେ "କୌନ୍ ବନେଗା କରୋଡ଼ପତି ୧୮"ର ଏକ ଏପିସୋଡ୍ରେ ସୁପରଷ୍ଟାର ଖୁଲାସା କରିଥିଲେ ଯେ ସେ ନିଜେ ଘରେ ଝାଡ଼ୁ-ପୋଛା କରନ୍ତି।
କିନ୍ତୁ ଗୋଟିଏ କାମ ପାଇଁ ତାଙ୍କୁ ପତ୍ନୀ ଜୟା ବଚ୍ଚନଙ୍କୁ ଅନୁରୋଧ କରିବାକୁ ପଡ଼ିଥାଏ।Advertisment ନିଜେ ଘରେ ଝାଡ଼ୁ-ପୋଛା କରନ୍ତି ଅମିତାଭ ବଚ୍ଚନ ବାସ୍ତବରେ, "କୌନ୍ ବନେଗା କରୋଡ଼ପତି ୧୮"ର ଏକ ଏପିସୋଡ୍ରେ ପ୍ରତିଯୋଗୀ ପ୍ରୀତିରାଜ ଅମିତାଭ ବଚ୍ଚନଙ୍କୁ ପଚାରିଥିଲେ ଯେ ଘରେ କାମ କରିବା ପାଇଁ କର୍ମଚାରୀ ନଥିଲେ ସେ ନିଜେ ଘରର ଦାୟିତ୍ୱ ସମ୍ଭାଳନ୍ତି କି?
ଏହାର ଉତ୍ତରରେ ସୁପରଷ୍ଟାର କହିଥିଲେ ଯେ ନିଜେ ଦାୟିତ୍ୱ ତୁଲାଇବାରେ ତାଙ୍କର ଦ୍ୱିଧା ନାହିଁ।
ଘର କାମ କରିବାକୁ ଅନେକ କର୍ମଚାରୀ ଅଛନ୍ତି, କିନ୍ତୁ ମୁଁ କାହା ଉପରେ ନିର୍ଭର କରେ ନାହିଁ।
ମୁଁ ସବୁ କାମ ନିଜେ କରେ।
ସଫାସୁତୁରାଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାମ ମୁଁ ନିଜେ ସମ୍ଭାଳେ।” ରୋଷେଇ ପାଇଁ ଜୟା ବଚ୍ଚନଙ୍କୁ କରନ୍ତି ଅନୁରୋଧ ଅମିତାଭ ବଚ୍ଚନ ଘର ସଫା କରିବା କାମ ସହଜରେ କରିପାରୁଥିବା ବେଳେ ରୋଷେଇ କରିବା ତାଙ୍କ ପାଇଁ ଏକ ଭିନ୍ନ କଥା।
ଅଭିନେତା ନିଜେ ସ୍ୱୀକାର କରିଥିଲେ ଯେ ତାଙ୍କୁ ରୋଷେଇ କରିବା ଜଣାନାହିଁ।
ଅମିତାଭ କହିଥିଲେ, "ମୋତେ ରୋଷେଇ କରିବା ଜଣାନାହିଁ।
ଆବଶ୍ୟକ ପଡ଼ିଲେ ପରିବାର ଲୋକେ ବାହାରୁ ଖାଦ୍ୟ ମଗାଇ ନିଅନ୍ତି ।
ବେଳେବେଳେ ମୁଁ ଜୟାଙ୍କୁ କହେ, "ଦେବୀଜୀ, ଦୟାକରି କିଛି ରାନ୍ଧି ଦିଅନ୍ତୁ।
ଏହା ଶୁଣି ସେ ବହୁତ ଉତ୍ସାହିତ ହୋଇଯାଆନ୍ତି ଏବଂ ପ୍ରତିଦିନ ମୋ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରନ୍ତି।" ଲେଖାଲେଖିରୁ ବିରତି ନେଲେ ଅମିତାଭ ବଚ୍ଚନ ଅନ୍ୟ ଏକ ଖବରରେ ଅମିତାଭ ବଚ୍ଚନ ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ ସେ କିଛି ସମୟ ପାଇଁ ଲେଖାଲେଖି ବନ୍ଦ ରଖୁଛନ୍ତି।
ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ନିଜର ସଦ୍ୟତମ ଟ୍ୱିଟ୍ରେ ଅଭିନେତା ଲେଖିଛନ୍ତି, “କ୍ଷମା କରିବେ...
ମୋତେ କିଛି ଦିନ ବିଶ୍ରାମ ନେବା ଏବଂ ସୁସ୍ଥ ହେବା ପାଇଁ ବିରତି ନେବାକୁ ପରାମର୍ଶ ଦିଆଯାଇଛି।
ତେଣୁ ମୁଁ ବର୍ତ୍ତମାନ କିଛି ଲେଖିପାରୁନାହିଁ।” ଏହାପୂର୍ବରୁ ଅମିତାଭ ନିଜ ବ୍ଲଗ୍ ପୋଷ୍ଟରେ ପ୍ରଶଂସକମାନଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।
ଏଥିସହ ତାଙ୍କୁ ନିଜର କାର୍ଯ୍ୟକଳାପ ସୀମିତ ରଖିବାକୁ କୁହାଯାଇଥିବା ମଧ୍ୟ ଜଣାଇଥିଲେ।
ଅମିତାଭ ଲେଖିଥିଲେ, “ସର୍ବପ୍ରଥମେ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା।
ଆପଣମାନଙ୍କ ପାଇଁ ଅନେକ ଭଲପାଇବା, ଖୁସି ଓ ପ୍ରାର୍ଥନା।
ମୋତେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ଏବଂ ସୁସ୍ଥ ହେବାକୁ ପରାମର୍ଶ ଦିଆଯାଇଛି।
ତେଣୁ ମୋତେ କଥାବାର୍ତ୍ତା କରିବାକୁ ଅନୁମତି ନାହିଁ।
ଦୟାକରି କ୍ଷମା କରିବେ।
ଯେଉଁମାନେ ବ୍ୟକ୍ତିଗତ ଭାବେ ମୋତେ ଶୁଭେଚ୍ଛା ଜଣାଇଛନ୍ତି, ସେମାନଙ୍କୁ ମଧ୍ୟ କ୍ଷମା ମାଗୁଛି।
ଦୟାକରି ଏହାକୁ ମୋର ସମ୍ମାନପୂର୍ଣ୍ଣ ଉତ୍ତର ଭାବେ ଗ୍ରହଣ କରିବେ।
ଆଶା କରୁଛି, ଆଗକୁ ପୁଣି ଆପଣମାନଙ୍କ ସହ କଥା ହେବି।” ସୋସିଆଲ ମିଡିଆରେ ପ୍ରବେଶ କଲେ ସୋନିଆ ଗାନ୍ଧୀ, ଇନ୍ଷ୍ଟାଗ୍ରାମରେ ସେୟାର କଲେ ଆତ୍ମଜୀବନୀର ଝଲକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।