Amitabh Bachchan Injury: KBC 18 ଶୁଟିଂ ବେଳେ ପଡିଗଲେ ଅମିତାଭ ବଚ୍ଚନ, ଆଣ୍ଠୁରେ ଲାଗିଲା ଆଘାତ

Oct 01, 2026 - 15:58
Amitabh Bachchan Injury: KBC 18 ଶୁଟିଂ ବେଳେ ପଡିଗଲେ ଅମିତାଭ ବଚ୍ଚନ, ଆଣ୍ଠୁରେ ଲାଗିଲା ଆଘାତ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଏକ ଚିନ୍ତାଜନକ ଖବର। ‘କୌନ୍ ବନେଗା କରୋଡପତି ୧୮’ର ଶୁଟିଂ ସମୟରେ ଖସି ପଡି ଆହତ ହୋଇଛନ୍ତି ବିଗ୍ ବି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ନିଜେ ଶୋ’ରେ ଖୁଲାସା କରିଛନ୍ତି ଅମିତାଭ। ଏହି ଆଘାତ ପରେ ତାଙ୍କୁ ଠିଆ ହେବାରେ ସାମାନ୍ୟ ସମସ୍ୟା ହେଉଥିବା ସେ କହିଛନ୍ତି।

ଶୁଟିଂ ସମୟରେ ଫିସ୍‌ଲି ପଡ଼ିଲେ ବିଗ୍ ବି

‘କୌନ୍ ବନେଗା କରୋଡପତି ୧୮’ର ଲାଟେଷ୍ଟ ଏପିସୋଡ୍‌ରେ ଅମିତାଭ ବଚ୍ଚନ ନିଜ ଆଘାତ ସମ୍ପର୍କରେ ଦର୍ଶକଙ୍କୁ ଜଣାଇଥିଲେ। କିନ୍ତୁ ଏବେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଠିଆ ହେବାରେ ତାଙ୍କୁ ସାମାନ୍ୟ ଅସୁବିଧା ହେଉଛି।

ବିଗ୍ ବି କହିଥିଲେ ଯେ ଶୁଟିଂ ସମୟରେ ସେ ହଠାତ୍‌ ଖସି ପଡ଼ିଥିଲେ। ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ତେବେ ଆଘାତ ଗୁରୁତର ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଆବଶ୍ୟକତା ଅନୁସାରେ ଠିଆ ହେବେ ଏବଂ ଅନ୍ୟ ସମୟରେ ବସି ଶୋ’ ଚଳାଇବେ ବୋଲି ସେ କହିଛନ୍ତି।

ବ୍ଲଗ୍‌ରେ ମଧ୍ୟ ସେୟାର କଲେ ଅପଡେଟ୍‌

ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଅମିତାଭ ବଚ୍ଚନ ତାଙ୍କ ବ୍ଲଗ୍‌ରେ ମଧ୍ୟ ଲେଖିଛନ୍ତି। ନିଜ ପୋଷ୍ଟରେ ସେ ‘ସର୍ଭାଇଭାଲ୍‌’ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ପିଢ଼ି ପାଇଁ ଆମେ କ’ଣ ଛାଡ଼ି ଯାଉଛୁ ଏବଂ ସେମାନେ ଆଗାମୀ ଦିନରେ ଜୀବନକୁ କିପରି ଅନୁଭବ କରିବେ, ସେନେଇ ସେ ନିଜ ଚିନ୍ତାଧାରା ଶେୟାର କରିଥିଲେ।

ଆଗକୁ ଆସୁଛି ବିଗ୍ ବିଙ୍କ ବଡ଼ ପ୍ରୋଜେକ୍ଟ

ଅମିତାଭ ବଚ୍ଚନଙ୍କ ହାତରେ ଏବେ ଏକାଧିକ ବଡ଼ ପ୍ରୋଜେକ୍ଟ ରହିଛି। ରିଭୁ ଦାସଗୁପ୍ତାଙ୍କ ନିର୍ଦ୍ଦେଶିତ କୋର୍ଟରୁମ୍ ଡ୍ରାମା ‘ସେକ୍ସନ୍ ୮୪’ରେ ସେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ଡାଏନା ପେଣ୍ଟି, ନିମ୍ରତ କୌର ଓ ଅଭିଷେକ ବାନାର୍ଜୀ ଅଭିନୟ କରିଛନ୍ତି।

ଏହା ବ୍ୟତୀତ ନାଗ ଅଶ୍ୱିନଙ୍କ ‘କଲ୍କି ୨୮୯୮ ଏଡି ପାର୍ଟ ୨’ରେ ମଧ୍ୟ ଅମିତାଭ ବଚ୍ଚନ ଅଶ୍ୱତ୍ଥାମା ଭୂମିକାରେ ପୁଣିଥରେ ନଜର ଆସିବେ। ଏହି ଫିଲ୍ମରେ ପ୍ରଭାସ ଓ କମଲ ହାସନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବିଗ୍ ବି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।