India Stun Pakistan With Last-Minute Goal: ୩-୩ ପରେ ଭାରତର ବାଜିମାତ୍, ଶେଷ ୪୫ ସେକେଣ୍ଡରେ ପଲଟିଗଲା ମ୍ୟାଚ୍
ଏସିଆନ୍ ଗେମ୍ସରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ଜାପାନରେ ଅନୁଷ୍ଠିତ ହକି ସେମିଫାଇନାଲରେ ଭାରତ ୪-୩ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଭାରତ ୩-୦ରେ ଆଗୁଆ ଥିଲା। ଅଧିନାୟକ ହରମନପ୍ରୀତ ସିଂହ ୫ମ ଓ ୧୩ତମ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିଲେ। ୨୩ତମ ମିନିଟ୍ରେ ସୁଖଜିତ ସିଂହ ଭାରତର ତୃତୀୟ ଗୋଲ୍ କରିଥିଲେ।
ତେବେ ଦ୍ୱିତୀୟାର୍ଦ୍ଧରେ ଜୋରଦାର କମ୍ବ୍ୟାକ୍ କରିଥିଲା ପାକିସ୍ତାନ। ଅବୁ ମହମୁଦ ୩୦ତମ ମିନିଟ୍ରେ ଗୋଲ୍ କରିଥିବା ବେଳେ ହନାନ ଶାହିଦ ୪୫ତମ ଏବଂ ୱାହିଦ ରାନା ୪୯ତମ ମିନିଟ୍ରେ ଗୋଲ୍ କରି ସ୍କୋର୍କୁ ୩-୩ କରିଦେଇଥିଲେ।
𝗪𝗛𝗔𝗧 𝗔 𝗪𝗔𝗬 𝗧𝗢 𝗠𝗔𝗞𝗘 𝗧𝗛𝗘 𝗙𝗜𝗡𝗔𝗟! 🇮🇳🔥
— Hockey India (@TheHockeyIndia) October 1, 2026
India beat Pakistan 4-3, thanks to a last-minute goal in a nail-biting Asian Games 2026 semi-final, to book a place in the final and keep their title defence alive! 🏑⚡
The Indian Men’s Team now stand just one win away… pic.twitter.com/J8vmZzR8K1
ମ୍ୟାଚ୍ ଶୁଟ୍ଆଉଟ୍କୁ ଯିବ ବୋଲି ଲାଗୁଥିବା ବେଳେ ଶେଷ ମୁହୂର୍ତ୍ତରେ ଅଭିଷେକ ଭାରତ ପାଇଁ ନିର୍ଣ୍ଣାୟକ ଗୋଲ୍ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ମାତ୍ର ୪୫ ସେକେଣ୍ଡ ବାକି ଥିବା ବେଳେ ତାଙ୍କ ଶଟ୍ ପାକିସ୍ତାନ ଡିଫେଣ୍ଡରଙ୍କ ଷ୍ଟିକ୍ରେ ବାଜି ଗୋଲ୍ ହୋଇଥିଲା।
ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଫାଇନାଲରେ ପହଞ୍ଚିଛି। ଏବେ ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରୁ ବିଜେତା ଦଳକୁ ଭେଟିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।