Amitabh Bachchan's 'Jalsa' Home Gets Bomb Threat: ଅମିତାଭ ବଚ୍ଚନଙ୍କୁ ପୁଣି ଟାର୍ଗେଟ, ବିଗ୍-ବି’ଙ୍କ ଘର ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକ

Nov 06, 2026 - 14:30
Amitabh Bachchan's 'Jalsa' Home Gets Bomb Threat: ଅମିତାଭ ବଚ୍ଚନଙ୍କୁ ପୁଣି ଟାର୍ଗେଟ, ବିଗ୍-ବି’ଙ୍କ ଘର ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ବଲିଉଡ୍ ଅଭିନେତା ବିଗ୍‌ ବି' ଅମିତାଭ ବଚ୍ଚନଙ୍କୁ ପୁଣି ବୋମା ବିସ୍ଫୋରଣ ଧମକ।

ମୁମ୍ବାଇସ୍ଥିତ ତାଙ୍କ ବାସଭବନ 'ଜଲସା'କୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିବା ପୋଲିସ ସୂଚନା ଦେଇଛି।

ତେବେ ଜଲସା ବଙ୍ଗଳାରେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

Advertisment ପୋଲିସର ସୂଚନା ଅନୁସାରେ, ଏହି ଧମକପୂର୍ଣ୍ଣ ଇ-ମେଲ୍‌ କେବଳ ଅମିତାଭଙ୍କ ଘରକୁ ନୁହେଁ, ବମ୍ବେ ହାଇକୋର୍ଟ ଏବଂ ମହାଲକ୍ଷ୍ମୀ ରେସକୋର୍ସକୁ ମଧ୍ୟ ପଠାଯାଇଥିଲା।

ଏହି ସମସ୍ତ ସ୍ଥାନରେ ପୋଲିସ ଯାଞ୍ଚ କରିଥିଲେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ।

ଧମକପୂର୍ଣ୍ଣ ଇ-ମେଲ୍‌ଟି କେଉଁଠାରୁ ଆସିଛି, କିଏ ପଠାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଏଭଳି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିଲା।

ପୂର୍ବରୁ ଆସିଥିବା ଇ-ମେଲ୍‌ରେ ମୁମ୍ବାଇ ମେୟର ଋତୁ ତାୱଡେ ଏବଂ ଡେପୁଟି ମେୟର ସଞ୍ଜୟ ଘାଡ଼ିଙ୍କୁ ମଧ୍ୟ ମେଲ୍‌ରେ ଟ୍ୟାଗ୍‌ କରାଯାଇଥିଲା।

ଅକ୍ଟୋବର ୩୧ରେ ଏକ ସ୍କୁଲରେ ଗ୍ରେନେଡ୍‌ ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବେଳେ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଅମିତାଭଙ୍କ ଜୁହୁସ୍ଥିତ ବାସଭବନକୁ ଟାର୍ଗେଟ୍‌ କରିବା ନେଇ ଉଲ୍ଲେଖ ରହିଥିଲା।

ଏଥିସହ ନଭେମ୍ବର ୨୭ରେ ମହାଲକ୍ଷ୍ମୀ ରେସକୋର୍ସ ଅଞ୍ଚଳରେ ଗାୟକ ଦିଲଜିତ୍‌ ଦୋସାଞ୍ଜଙ୍କ କନସର୍ଟ ସମୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଥିଲା।

Advertisment ଧମକ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଥିଲା।

ପ୍ରତି ରବିବାର ନିଜ ବାସଭବନ 'ଜଲସା' ବାହାରେ ପ୍ରଶଂସକଙ୍କୁ ଅମିତାଭ ବଚ୍ଚନ ଭେଟୁଥିବା ବେଳେ ପୂର୍ବ ଧମକ ପରେ କିନ୍ତୁ ସେ ଏକ ବୁଲେଟ୍‌ପ୍ରୁଫ୍‌ କାଚ ଭିତରେ ରହି ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ଅନେକ ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ଥିଲେ।

ବାରମ୍ବାର ଏଭଳି ଧମକ ମିଳୁଥିବାରୁ ବିଗ୍‌ ବି'ଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।