Ancient Maa Barahi Tantra Peeth: ମହାଷ୍ଟମୀରେ ଚଳଚଞ୍ଚଳ ମା’ ବରାହୀ ମନ୍ଦିର; ଭାରତର ପ୍ରମୁଖ ୩ ବରାହୀ ମନ୍ଦିର ଭିତରେ ଏହା ଅନ୍ୟତମ
ପୁରୀ ଜିଲ୍ଲା ନିମାପଡ଼ାର ଚଉରାଶି ଗାଁରେ ରହିଛି ପ୍ରସିଦ୍ଧ ତନ୍ତ୍ରପୀଠ ମା’ ବରାହୀଙ୍କ ମନ୍ଦିର। ମହାଷ୍ଟମୀରେ ମା’ ମହାଗୌରୀ ବେଶରେ ଦର୍ଶନ ଦେଉଥିବା ବେଳେ ପୀଠରେ ଚାଲିଛି ସ୍ୱତନ୍ତ୍ର ପାର୍ବଣ ନୀତି। ମାନବ ଶରୀର ଓ ବରାହ ମୁଖ ସହ ମଇଁଷି ଉପରେ ବିରାଜମାନ ମା’ଙ୍କ ଦିବ୍ୟ ସ୍ୱରୂପ ଅନନ୍ୟ।
ପ୍ରାଚୀନ କାଳରୁ ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଏହି ପୀଠରେ ମହାଷ୍ଟମୀ ଅବସରରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ବିଶେଷ ଉତ୍ସାହ।
- ମହାଷ୍ଟମୀରେ ଚଳଚଞ୍ଚଳ ମା’ ବରାହୀ ମନ୍ଦିର
- ମା’ ମହାଗୌରୀ ବେଶରେ ଦର୍ଶନ ମା’ ବରାହୀ
- ନିମାପଡ଼ାର ଚଉରାଶି ଗାଁରେ ରହିଛି ପ୍ରସିଦ୍ଧ ତନ୍ତ୍ରପୀଠ
- ଭାରତର ପ୍ରମୁଖ ୩ ବରାହୀ ମନ୍ଦିର ଭିତରେ ଏହା ଅନ୍ୟତମ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।