Andhra election: ଗାଁ ମୁଁହରେ ପୁଲିସ୍ ପହରା, ଗାଁପଛପଟ ଦେଇ ଆନ୍ଧ୍ରରେ ଭୋଟ ଦେଲେ ରାଇପାହାଡ଼ବାସୀ

Nov 05, 2026 - 16:05
Andhra election: ଗାଁ ମୁଁହରେ ପୁଲିସ୍ ପହରା, ଗାଁପଛପଟ ଦେଇ ଆନ୍ଧ୍ରରେ ଭୋଟ ଦେଲେ ରାଇପାହାଡ଼ବାସୀ

ନନ୍ଦପୁର: ଆନ୍ଧ୍ର ପ୍ରଦେଶରେ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚନ ନେଇ କୋରାପୁଟ ଜିଲ୍ଲାରେ ଗତ କିଛି ଦିନ ଧରି ତାତି ବଢ଼ି ଯାଇଛିl କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆ ରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ପୁରା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସର୍ବ ଦଳୀୟ ରାଜ୍ ନେତା ଏ କାଠି ହୋଇଛନ୍ତିl Advertisment ଏ ପଟେ ନନ୍ଦପୁର ବ୍ଲକ ସୀମାନ୍ତ ଗଲୁର ପଞ୍ଚାୟତ ଅଧୀନସ୍ଥ ରାଇପାହାଡ଼ ଗ୍ରାମବାସୀଙ୍କ ଉପରେ ଗତ କିଛି ଦିନ ହେବ ଆନ୍ଧ୍ର ନିର୍ବାଚନରେ ଭୋଟ ନ ଦେବାକୁ ଉଭୟ ପ୍ରଶାସନ ଓ ବିଧାୟକଙ୍କ ବୁଝା ସୁଝା ପରେ ମଧ୍ୟ ଗ୍ରାମବାସୀ କଥା ନରଖିବା ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛିl ରାଇପାହାଡ଼ ଗ୍ରାମୁଁହରେ ପୁଲିସ୍‌ର ପହରା ଲାଗିଥିବା ବେଳେ ଗ୍ରାମ ପଛ ପଟେ ଦେଇ ପ୍ରାୟ ୫୦ ଜଣ ଭୋଟର ଆନ୍ଧ୍ର ପ୍ରଦେଶର କଣ୍ଡୁ ରୁମ୍ ପଞ୍ଚାୟତର ବୁଥ୍‌କୁ ଯାଇ ଭୋଟ ଦେଇଥିବା ଖବର ମିଳିଛିl Police Face-Off in Kotia କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ, ସୌର ଉପକରଣ ଗାଡ଼ି ଅଟକାଇବାକୁ ନେଇ ଉତ୍ତେଜନା ସୂଚନାଯୋଗ୍ୟ, ଗତ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ବ ହେବ ରାଇ ପାହାଡ଼ବାସୀ ଆନ୍ଧ୍ରରୁ ସରକାରୀ ଯୋଜାନାରୁ ଲାଭାନ୍ବିତ ‌ହେବା ସହ ଆନ୍ଧ୍ର ପ୍ରଦେଶର ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତିl ଗତ ତିନି ବର୍ଷ ତଳେ ସୀମା ବିବାଦ ନେଇ ଉଭୟ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ମଧ୍ୟ ଆନ୍ଧ୍ର ତାର ପ୍ରତିଶ୍ରୁତିକୁ ପାଳନ କରିନାହିଁl ରାଇପାହାଡ଼ ଗ୍ରାମରେ ମୋଟ ୧୯ ପରିବାର ରହିଥିବା ବେଲେ ଭୋଟର ଅଛନ୍ତି ୫୦ ଜଣ l ଗତ ବୁଧବାର ସନ୍ଧ୍ୟାରୁ ପାଡୁଆ ପୁଲିସ୍ ରାଇ ପାହାଡ଼ ଗ୍ରାମ ମୁଁହରେ ପହରା ଦେଇଥିବା ବେଳେ ଘର ତାଲା ଦେଇ ଗ୍ରାମ ପଛ ପେଟ ଆନ୍ଧ୍ର ମୁହାଁ ହୋଇ ଭୋଟ ଦେଇଥିବା ଖବର ଆସିଛିl ସେପଟେ ସ୍ଥାନୀୟ ବିଡ଼ିଓ ଓ ତହସିଲଦାର କୋଟିଆରେ ଡେରା ପକାଇଥିବା ବେଳେ ନିଜ ଘର କଥା ଭୁଲି ଯାଇଛନ୍ତିl

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।