India: ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏସିଆରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ

Nov 05, 2026 - 15:01
India: ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏସିଆରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା , ଗବେଷଣା ଏବଂ ପିଏଚ୍‌ଡି କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି।

'QS ୱାର୍ଡ଼ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍ ଏସିଆ-୨୦୨୭' ତାଲିକା ପ୍ରକାଶ ପାଇଥିବାବେଳେ, ଏଥିରେ ଭାରତ ଏସିଆ ମହାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଗବେଷଣା ଏବଂ ଡକ୍ଟରେଟ୍ ଡିଗ୍ରୀଧାରୀ ଶିକ୍ଷକଙ୍କ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

Advertisment ତାଲିକାରେ ଭାରତୀୟ ବିଶ୍ୱବିଦ୍ୟାଳୟଙ୍କ ପ୍ରତିନିଧିତ୍ୱ ଚଳିତ ବର୍ଷର ଏସିଆ ର‍୍ୟାଙ୍କିଙ୍ଗ୍‌ରେ ଭାରତର ମୋଟ ୩୨୫ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି।

ଗତବର୍ଷ ଏହି ତାଲିକାରେ ଭାରତର ୨୯୪ଟି ପ୍ରତିଷ୍ଠାନ ସାମିଲ ଥିବାବେଳେ ଚଳିତ ବର୍ଷ ଆଉ ୩୪ଟି ନୂତନ ପ୍ରତିଷ୍ଠାନ ଯୋଡ଼ି ହୋଇଛନ୍ତି।

ଏହା ଦର୍ଶାଉଛି ଯେ ଭାରତରେ କ୍ରମଗତ ଭାବେ ଉଚ୍ଚଶିକ୍ଷାର ପରିସର ବ୍ୟାପକ ହେବାରେ ଲାଗିଛି।

ଆହୁରି ପଢନ୍ତୁ: World Record: ବିଶ୍ବ ରେକର୍ଡ: ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ୫୧ ରେଡ୍‌କାର୍ଡ ଗବେଷଣା ଏବଂ ପିଏଚ୍‌ଡି କ୍ଷେତ୍ରରେ ଭାରତର ଦବଦବା ଏହି ର‍୍ୟାଙ୍କିଙ୍ଗ୍‌ର ସବୁଠାରୁ ବଡ଼ ସକରାତ୍ମକ ଦିଗ ହେଲା ଗବେଷଣା କାଗଜପତ୍ର ପ୍ରକାଶନ ଏବଂ ପିଏଚ୍‌ଡି ଡିଗ୍ରୀଧାରୀ ଶିକ୍ଷକଙ୍କ ଉପସ୍ଥିତି।

ପ୍ରତି ଫ୍ୟାକଲ୍‌ଟି ପିଛା ଗବେଷଣା କାର୍ଯ୍ୟଆଉ ଉତ୍ପାଦନରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଏସିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଆଗରେ ରହିଛନ୍ତି।

ଏହାଛଡ଼ା, ଦେଶର ଅନେକ ବିଶ୍ୱବିଦ୍ୟାଳୟରେ ଡକ୍ଟରେଟ୍ ଡିଗ୍ରୀଧାରୀ ଶିକ୍ଷକଙ୍କ ଅନୁପାତ ମଧ୍ୟ ବେଶ୍ ମଜବୁତ ରହିଛି, ଯାହା ଭାରତୀୟ ଶିକ୍ଷା ବ୍ୟବସ୍ଥାର ମାନକୁ ଆହୁରି ଉନ୍ନତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।