Angomcha Bimol: ଖାପ୍ ପଞ୍ଚାୟତ’ କହି ଜେଏନ୍ୟୁ ତଦନ୍ତକୁ ସମାଲୋଚନା କଲେ ବହିଷ୍କୃତ ପ୍ରଫେସର
"ନୂଆଦିଲ୍ଲୀ: ଛାତ୍ରୀଙ୍କୁ ମାର୍କ ବଢ଼ାଇବା ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରୁ ବହିଷ୍କୃତ ହେବା ପରେ କଂଗ୍ରେସ ସାଂସଦ ତଥା ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି।
ତାଙ୍କ ବିରୋଧରେ ହୋଇଥିବା ତଦନ୍ତକୁ ସେ "ଖାପ୍ ପଞ୍ଚାୟତ"ର ନିଷ୍ପତ୍ତି ସହ ତୁଳନା କରିବା ସହ ଏହା ଏକ ଯୋଜନାବଦ୍ଧ ଉତ୍ପୀଡ଼ନ ବୋଲି ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଜେଏନ୍ୟୁର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ ପରେ ତାଙ୍କୁ ବହିଷ୍କାର କରାଯାଇଥିବା ବିଶ୍ୱବିଦ୍ୟାଳୟ କହିଛି।Advertisment ମଣିପୁରର ଇନର ମଣିପୁର ଲୋକସଭା ଆସନରୁ ନିର୍ବାଚିତ ଆକୋଇଜାମ ଜେଏନ୍ୟୁର ସାମାଜିକ ବିଜ୍ଞାନ ବିଦ୍ୟାଳୟ ଅଧୀନ ସେଣ୍ଟର ଫର୍ ଦି ଷ୍ଟଡି ଅଫ୍ ସୋସିଆଲ୍ ସିଷ୍ଟମ୍ସରେ ପ୍ରଫେସର ଥିଲେ।
ଅକ୍ଟୋବର ୯ ତାରିଖରେ ବିଶ୍ୱବିଦ୍ୟାଳୟ ତାଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ବହିଷ୍କାର କରିଥିଲା।
କୁଳପତି ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତଙ୍କ ଦସ୍ତଖତରେ ଜାରି ଆଦେଶରେ ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଓ ଉପଲବ୍ଧ ତଥ୍ୟକୁ ବିଚାରକୁ ନିଆଯାଇଥିବା କୁହାଯାଇଛି।
Jawaharlal Nehru University : କଂଗ୍ରେସ ସାଂସଦ-ପ୍ରଫେସରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିଷ୍କାର ଯୌନ ଅସଦାଚରଣ ସମ୍ପର୍କିତ ଅଭିଯୋଗ ଚଳିତ ବର୍ଷ ମେ ମାସରେ ୧୧ ଜଣ ଛାତ୍ରୀ ଆକୋଇଜାମଙ୍କ ବିରୋଧରେ ଯୌନ ଅସଦାଚରଣ ସମ୍ପର୍କିତ ଅଭିଯୋଗ ଆଣିଥିଲେ।
ମୌଖିକ ପରୀକ୍ଷା ବା ଭାଇଭା ସମୟରେ ନମ୍ବର ଦେବା ପ୍ରସଙ୍ଗ ସହ ଏହି ଅଭିଯୋଗ ଜଡ଼ିତ ଥିବା ରିପୋର୍ଟରେ କୁହାଯାଇଛି।
ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ହୋଇଥିଲା।
ତେବେ ଆକୋଇଜାମ ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି।
କ"ଣ କହିଲେ- ଆକୋଇଜାମଆକୋଇଜାମ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର କାର୍ଯ୍ୟପଦ୍ଧତିରେ ନିୟମ ଓ ପ୍ରକ୍ରିୟା ପାଳନ କରାଯାଇନାହିଁ।
ଏହାକୁ ସେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି।
ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ମଧ୍ୟ ବଢ଼ିଛି।
ସୋମବାର ଦିଲ୍ଲୀରେ ବିଜେପି ମହିଳା ମୋର୍ଚ୍ଚା କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭ କରି ଆକୋଇଜାମଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ଦିଲ୍ଲୀ ପୁଲିସ ମଧ୍ୟ ଜେଏନ୍ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୫ ଓ ୭୯ ଅନୁସାରେ ମାମଲା ରୁଜୁ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।