Cricket: ସିକେ ନାଇଡୁ ଟ୍ରଫି: ଓଡ଼ିଶା ୧୫୯ ରନ୍ରେ ଅଲଆଉଟ୍
"ବଲାଙ୍ଗୀର (ଅଂଜନ ପ୍ରଧାନ): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ମ୍ୟାଚ୍ର ପ୍ରଥମ ପାଳିରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
ବିହାରର ୨୦୭ ରନ୍ ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ମାତ୍ର ଗୋଟିଏ ୱିକେଟ୍ ହରାଇ ୬୬ ରନ୍ କରି ଏକପ୍ରକାର ଦୃଢ଼ ସ୍ଥିତିରେ ରହିଥିଲା।
Advertisment ଦ୍ବିତୀୟ ଦିନରେ କିନ୍ତୁ ଦଳ ନିରାଶ କରିଛି।
ଗତକାଲି ୩୨ ରନ୍ କରି ଅପରାଜିତ ଥିବା ପନକଳା ଶଶାଙ୍କ ମାତ୍ର ୬ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ।
ଏହାପରେ ଓଡ଼ିଶାର ଗୋଟିଏ ପରେ ଗୋଟିଏ ୱିକେଟ୍ ଝଡ଼ି ଚାଲିଥିଲା।
ବିହାରର ବୋଲର୍ ଭାନୁଦେବ ପ୍ରସାଦ ସିଂହ ୬ଟି ଏବଂ ସୁମନ କୁମାର ୩ଟି ୱିକେଟ୍ ବାଣ୍ଟି ନେଇଥିଲେ।
ଫଳରେ ଓଡ଼ିଶାର ପ୍ରଥମ ପାଳି ମାତ୍ର ୧୫୯ ରନ୍ରେ ସୀମିତ ରହିଥିଲା।
ପ୍ରଥମ ପାଳିରେ ୪୮ ରନ୍ର ଅଗ୍ରଣୀ ପାଇଥିବା ବିହାର ଦଳ ଦ୍ବିତୀୟ ପାଳିରେ ଭଲ ଆରମ୍ଭ କରିଛି।
ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଏହି ଦଳ ୨ ୱିକେଟ୍ ହରାଇ ୧୫୫ ରନ୍ କରି ଦୃଢ଼ ସ୍ଥିତିରେ ରହିଛି।
ଶିଭମ୍ ରାଜ ୮୪ ଓ ପ୍ରଶାନ୍ତ ଧୀରଜ ୬୨ ରନ୍ର ପାଳି ଖେଳିଥିଲେ।
ବିଜୟ ମର୍ଚାଣ୍ଟ, କୁଚବେହାର, ସିକେ ନାଇଡୁ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ୍ ଦଳ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।