Angry Villagers Confront Ministers, MLA: ବନ୍ୟା ବିପନ୍ନଙ୍କ ରୋଷର ଶିକାର ନେତା ଓ ଅଧିକାରୀ, ଗଞ୍ଜାମରେ ଉତ୍ତେଜନା

Nov 01, 2026 - 22:38
Angry Villagers Confront Ministers, MLA: ବନ୍ୟା ବିପନ୍ନଙ୍କ ରୋଷର ଶିକାର ନେତା ଓ ଅଧିକାରୀ, ଗଞ୍ଜାମରେ ଉତ୍ତେଜନା

ବନ୍ୟାର ବିତ୍ପାତ ଭିତରୁ ଭୟଙ୍କର ଚିତ୍ର ଏବେ ସାମାନକୁ ଆସିଛି।

କେଉଁଠି ମନ୍ତ୍ରୀଙ୍କୁ ଘେରି ଯାଉଛନ୍ତି ତ ଆଉ କେଉଁଠି ବିଧାୟକ ଓ ବିଡିଓଙ୍କୁ ଟଣାଓଟରା କରୁଛନ୍ତି ସହାୟତା ପାଇଁ।

ସୋରଡା ବ୍ଲକ ନୂଆଗଡ଼ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ରିଲିଫ୍ ମିଳିନଥିବା ଅଭିଯୋଗରେ ଘେରିଛନ୍ତି ଗ୍ରାମବାସୀ।

ଯୁକ୍ତି ତର୍କ ବି କରୁଛନ୍ତି।

ମନ୍ତ୍ରୀ ମଧ୍ୟ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ବିଡିଓଙ୍କୁ ଡାକି ଗାଁ ଲୋକଙ୍କୁ ବୁଝାଇବା ସହିତ ରନ୍ଧାଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଲୋକଙ୍କ ରାଗ ଶାନ୍ତ ପଡିଥିଲା।

ଗଞ୍ଜାମ ପୁରୁଷୋତ୍ତମପୁରରୁ ଆସିଛି ଅଭାବନୀୟ ଦୃଶ୍ୟ।

Advertisment ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରୁଷୋତ୍ତମପୁର ଏନଏସି କୁମ୍ଭାରୀରେ ବନ୍ୟା ସ୍ଥିତି ପରିଦର୍ଶନ କରିବାକୁ ପହଞ୍ଚି ଥିବା ବେଳେ ଗ୍ରାମବାସୀ ବିଧାୟକକୁ ଘେରିବା ସହ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

ବିଧାୟକଙ୍କୁ ଘେରି ଯାଇ ପ୍ରଶ୍ନ ବି କରିଥିଲେ।...

ଆଉ ସାନଖେମୁଣ୍ଡିରେ ଦେଖିବାକୁ ମିଳିଛି ସାଂଘାତିକ ଚିତ୍ର।

ବନ୍ୟା ବିପନ୍ନଙ୍କୁ ଅବହେଳା ଯୋଗୁଁ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଗାଡି ଆଗରେ ଶୋଇ ପଡିଲେ କଙ୍କୋରଡା ସରପଞ୍ଚ ମୀନତି ସେଠୀଙ୍କ ସ୍ୱାମୀ ମିଥୁନ ସେଠୀ।

ଗାଡିରୁ ଓହ୍ଲାଇ ବିଡିଓ ବୁଝାଇଥିଲେ ବି ଶାନ୍ତ ପଡି ନଥିଲା ସ୍ଥିତି।

ଶେଷରେ ବିଡିଓ ନିଜ ସରକାରୀ ଗାଡି ଛାଡି ବାଇକରେ ଯାଇଥିଲେ।

ସେହିପରି ଦିନକ ତଳେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କୁ ମଧ୍ୟ ପ୍ରଶ୍ନ ବାଣ ମାରିଥିଲେ ବନ୍ୟା ବିପନ୍ନ।

ତେବେ କାହିଁକି ଜନପ୍ରତିନିଧିମାନେ ଜନତାଙ୍କ ରୋଷର ଶୀକାର ହେଉଛନ୍ତି?

ଯେତେବେଳେ କି ଲୋକଙ୍କ ପାଖରେ ଛିଡା ହେବାକୁ ଯାଉଛନ୍ତି ନେତା ଓ ଅଧିକାରୀ।

ବନ୍ୟା ସମୟରେ କଣ ରିଲିଫ୍ ଠିକ୍ ଭାବେ ପହଞ୍ଚି ପାରିନାହିଁ?

ଗଞ୍ଜାମବାସୀ ଏତେବଡ ବନ୍ୟାକୁ ବହୁ ବର୍ଷ ପରେ ଦେଖୁଥିବାରୁ ହଠାତ୍ ଅସନ୍ତୋଷ ବଢିଯାଇଛି କି?

ସେପଟେ ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ଥିବା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଧାୟକମାନେ ବନ୍ୟାଞ୍ଚଳ ବୁଲିବା ସହ ଲୋକଙ୍କ ସହିତ ଅଛନ୍ତି।

ବନ୍ୟା ପୂର୍ବରୁ ଯେଭଳି ସ୍ଥିତି ଥିଲା, ପୁଣି ଥରେ ସେଭଳି କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

Advertisment ଆଗକୁ ଆଉ ଏକ ବାତ୍ୟା ଅଛି।

ବଡ଼ ବର୍ଷା ଆସୁଛି।

ଏହା ପୂର୍ବରୁ ବିପନ୍ନଙ୍କ ପାଖରେ ପ୍ରଶାସନ ତତ୍ପରତାରୁ ସହ ସମସ୍ତ ସୁବିଧା ସହ ରିଲିଫ ପହଞ୍ଚାଇବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।