Ankushpur Canal: ଆଙ୍କୁଶପୁର କେନାଲରେ ୮ ଫୁଟ ଘଳିଆ: ବୁଡ଼ିବ ୫ ଶହ ଏକର ଧାନ ଫସଲ
"ବାଲିପାଟଣା: ବାଲିପାଟଣା ଆଙ୍କୁଶପୁର କେନାଲରେ ୮ ଫୁଟର ଘଳିଆ ସୃଷ୍ଟି ହୋଇଛି।
ସରାଟ ଶାସନ ସଙ୍କଟ ମୋଚନ ମହାବୀର ମନ୍ଦିର ନିକଟ ପୂର୍ବ ପାର୍ଶ୍ୱ ବନ୍ଧରେ ଘାଇ ସୃଷ୍ଟି ହୋଇଛି।
ବନ୍ଧ ତଳ ଭାଗରୁ ମାଟି ଅତଡ଼ା ଛିଣ୍ଡି ଗଭୀର ଘାତ ହୋଇଯାଇଛି।
ବର୍ଷାରେ ମାଟି ଭିଜି ବନ୍ଧ ଦୁର୍ବଳ ହୋଇ ପଡ଼ିଥିଲା।
ଆଜି ମଧ୍ୟାହ୍ନରେ ଆଙ୍କୁଶ କେନାଲରେ ଗଭୀର ଗାତ ସୃଷ୍ଟି ହେବା ସହ ମାଟି ଅତଡ଼ା ଖସିଥିଲା।Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା କିଛି ଘଣ୍ଟା ମଧ୍ୟରେ ପ୍ରାୟ ସରାଟ ମୌଜା ସରାଟ ଶାସନ, ମହାନ୍ତିସାହି, ବେହେରାସାହି, ସରାଟ ପଣ୍ଡାସାହି, ଜାଗିରି, ଗଡ଼ବନ୍ତପୁର ଆଦି ଗ୍ରାମର ଶତାଧିକ ଚାଷୀଙ୍କର ପ୍ରାୟ ୫ ଶହ ଏକର ଧାନ ଫସଲ ବୁଡ଼ିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।
ରୁଆ କିଆରିରେ ବାଲି ମାଡ଼ିଯିବା ସହ ନୂଆ ତଳି ପ୍ରଭାବିତ ହେବ ବୋଲି ଚାଷୀ ଆଶଙ୍କାରେ ରହିଛନ୍ତି।
ବାଲିପାଟଣା ଉପଖଣ୍ଡ ଜଳ ସମ୍ପଦ ନିର୍ବାହୀ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ଭୋଇ, ସୂଚନା ପାଇବା ପରେ ନିମାପଡ଼ା ବ୍ରାଞ୍ଚ କେନାଲ ଅଠାନ୍ତର ନିକଟରୁ କେନାଲ ପାଣି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବିଳମ୍ବିତ ରାତି ସୁଦ୍ଧା ଘଳିଆ ବନ୍ଦ କରିବା ପାଇଁ କାମ ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।
ଆଙ୍କୁଶପୁର କେନାଲ ଉତ୍ପତ୍ତି ସ୍ଥାନରୁ ଚଣାହଟ୍ଟା ହାଇସ୍କୁଲ ଖେଳ ପଡ଼ିଆ ନିକଟ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର କେନାଲ ବନ୍ଧ ଦୁର୍ବଳ ହେତୁ ବହୁ ସ୍ଥାନରେ ପାଣି ଝରି ସମସ୍ୟା ସୃଷ୍ଟି କରୁଛି।
କେନାଲ ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି।
Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।