Transgender cricketer: ଅନାୟାଙ୍କୁ ସମର୍ଥନ କଲେ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ୍‌

Sep 02, 2026 - 07:04
Transgender cricketer: ଅନାୟାଙ୍କୁ ସମର୍ଥନ କଲେ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ୍‌

"ନୂଆଦିଲ୍ଲୀ: ଭାରତୀୟ ଟ୍ରାନ୍ସଜେଣ୍ଡର କ୍ରିକେଟର ଅନାୟା ବାଙ୍ଗରଙ୍କୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆର ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ୍‌ ମ୍ୟାକ୍‌ଗହି।

ଅନାୟାଙ୍କ ଭଳି ସେ ମଧ୍ୟ ଟ୍ରାନ୍ସଜେଣ୍ଡର ଖେଳାଳିଙ୍କୁ ନେଇ ହେଉଥିବା ବିବାଦ ଓ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।

ଏଣୁ ଅନାୟାଙ୍କ ଦୁଃଖକୁ ସେ ଭଲ ଭାବେ ବୁଝି ପାରୁଛନ୍ତି ବୋଲି ଡାନିଏଲ କହିଛନ୍ତି।

Advertisment Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ କ୍ରିକେଟ୍‌ ଅଷ୍ଟ୍ରେଲିଆ ଅନାୟାଙ୍କୁ ମାର୍ଚ୍ଚ ୨୦୨୭ରୁ ସେଠାକାର କମ୍ୟୁନିଟି ମହିଳା କ୍ରିକେଟ୍‌ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛି।

ଏହାକୁ ନେଇ କିନ୍ତୁ ବିବାଦ ସୃଷ୍ଟି ହୋଇଛି।

ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ କ୍ରିକେଟର ମାରିୟାନ୍‌ କାପ୍‌ଙ୍କ ଭଳି କିଛି ମହିଳା ଖେଳାଳି କ୍ରିକେଟ୍‌ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତିକୁ ଭିର୍ତ୍ସନା କରିଛନ୍ତି।

ଏହା ପରେ ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଡାନିଏଲ।

ସେ କହିଛନ୍ତି, ଅନାୟାଙ୍କୁ କ୍ରିକେଟ୍‌ ଖେଳିବାର ସ୍ୱପ୍ନ ଜାରି ରଖିବା ପାଇଁ ସମର୍ଥନ ମିଳିବା ଦରକାର ଏବଂ ଏହି ପ୍ରସଙ୍ଗରେ ଆଲୋଚନା ପ୍ରମାଣ ଓ ଗବେଷଣା ଆଧାରିତ ହେବା ଉଚିତ।

ତାଙ୍କୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ କରୁଛି।

ଅନେକ ସାର୍ବଜନୀନ ସମାଲୋଚନାର ସାମ୍ନା କରି ମଧ୍ୟ ଅନାୟା ନିଜର ପ୍ରିୟ କ୍ରୀଡ଼ାକୁ ଜାରି ରଖିବାକୁ ଚେଷ୍ଟା କରୁଥିବାରୁ ମୁଁ ତାଙ୍କ ପାଇଁ ଗର୍ବିତ।

ହର୍ମୋନ୍‌ ଥେରାପି ପରେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଶାରୀରିକ ଗଠନ ଓ କ୍ରୀଡ଼ା ପ୍ରଦର୍ଶନ ସମ୍ବନ୍ଧୀୟ ଅନେକ ମାନଦଣ୍ଡରେ ପରିବର୍ତ୍ତନ ଆସୁଥିବା ଗବେଷଣାରୁ ଜଣାପଡ଼ିଛି ବୋଲି ଡାନିଏଲ ଦାବି କରିଛନ୍ତି।

Horoscope 2026 September 02: ଜାଣନ୍ତୁ ଆଜିର ରାଶିଫଳ...

ସୂଚନାଯୋଗ୍ୟ ଯେ ଡାନିଏଲ ୨୦୨୩ ସେପ୍ଟେମ୍ବରରେ କାନାଡ଼ା ପକ୍ଷରୁ ବ୍ରାଜିଲ ବିପକ୍ଷରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖେଳିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ହୋଇଥିଲେ।

କାନାଡ଼ା ପାଇଁ ସେ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୧୮ ରନ୍‌ କରିଥିଲେ।

ତେବେ ୨୦୨୩ ନଭେମ୍ବରରେ ଆଇସିସି ନିୟମ ପରିବର୍ତ୍ତନ କରିବା ପରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।