Anna Hazare Hospitalised: ଆନ୍ନା ହଜାରେ ହସପିଟାଲରେ ଭର୍ତ୍ତି, ଗାଁରୁ ନିଆଗଲା ବମ୍ୱେ ହସ୍ପିଟାଲ୍

Sep 01, 2026 - 09:07
Anna Hazare Hospitalised: ଆନ୍ନା ହଜାରେ ହସପିଟାଲରେ ଭର୍ତ୍ତି, ଗାଁରୁ ନିଆଗଲା ବମ୍ୱେ ହସ୍ପିଟାଲ୍

ହସପିଟାଲରେ ଭର୍ତ୍ତି ହେଲେ ଆନ୍ନା ହଜାରେ। ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ମୁମ୍ବାଇର ବମ୍ୱେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାକାର ବରିଷ୍ଠ ଡାକ୍ତର ଗୌତମ ବଂଶାଲିଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି। ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏବଂ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି।

ସେ ଗମ୍ଭୀର ଭାଇରାଲ ଇନଫେକ୍ସନ, କିଡନୀ ସଂକ୍ରମଣ ଓ ଡିହାଇଡ୍ରେସନରେ ପୀଡିତ ଅଛନ୍ତି। ପ୍ରଥମେ ସେ ନିଜ ଗାଁ ରାଲେଗାଁ ସିଦ୍ଧି ନିକଟ ଏକ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ କିଡନୀ ଜନିତ ସମସ୍ୟା ବଢ଼ିବାରୁ ତାଙ୍କୁ ଏକ ସ୍ପେଶାଲ କାର୍ଡିଆକ୍ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଛି। 

 ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ମୁମ୍ବାଇର ବମ୍ୱେ ହସପିଟାଲରେ ଭର୍ତ୍ତି
ଭାଇରାଲ ଇନଫେକ୍ସନ, କିଡନୀ ସଂକ୍ରମଣ ଓ ଡିହାଇଡ୍ରେସନରେ ପୀଡିତ
ଡାକ୍ତର ଗୌତମ ବଂଶାଲିଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ଚିକିତ୍ସିତ
ବିଶେଷଜ୍ଞ ଡାକ୍ତରୀ ଟିମ୍ ଆନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।