Father-Son Duo Killed: ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ୫ ଗୁରୁତର
ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ। ଚାଲିଗଲା ବାପ-ପୁଅଙ୍କ ଜୀବନ। ଏହି ଅଘଟଣରେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ।
ମୃତକ ଦୁଇଜଣ ହେଲେ ମନୋରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ। ବିସ୍ଫୋରଣରେ ଆହତ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ଘର ଭିତରେ ବାଣ ତିଆରି କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତିର୍ତ୍ତୋଲ ଥାନା ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ଼ କରୁଛି।
ସାମାନ୍ୟ ଅସାବଧାନତା ଯୋଗୁଁ ଏତେ ବଡ଼ ଅଘଟଣ ଘଟିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଘର ଭିତରେ ବାଣ ବିସ୍ଫୋରଣ; ବାପପୁଅ ମୃତ
ତିର୍ତ୍ତୋଲ ଥାନା ଚାନ୍ଦପୁର ଗାଁରେ ଏକ ଘର ଭିତରେ ବିସ୍ଫୋରଣ
ବିସ୍ଫୋରଣରେ ବାପପୁଅ ମୃତ, ଆଉ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ
୩ ଗୁରୁତରଙ୍କୁ ଜଗତସିଂହପୁରକୁ, ଆଉ ୨ ଜଣଙ୍କୁ କଟକ ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।