Announcement: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ହାତେଇବା ପାଇଁ ଟ୍ରମ୍ପଙ୍କ ନୂଆ ଘୋଷଣା
"ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଖେଇ ଆସୁଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଭୋଟରଙ୍କୁ ହାତେଇବା ପାଇଁ ୨୫ ନିୟୁତ ଡଲାର ଅର୍ଥାତ୍ ୨୩୬.୮୩ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।
ଯାହାର ଉଦ୍ଦେଶ୍ୟ ହେଉଛି ଆମେରିକୀୟ ସରକାରରେ ହେଉଥିବା ଠକେଇ ସମ୍ପର୍କରେ ସୂଚନା ଦେବା ତଥା ସଂଘୀୟ କାର୍ଯ୍ୟକ୍ରମ ଏବଂ ସରକାରୀ ପାଣ୍ଠିର ଅପବ୍ୟବହାରକୁ ରୋକିବା।
Advertisment ଆମେରିକୀୟ ସରକାରଙ୍କ ଏହି ଘୋଷଣା ନିର୍ବାଚନ ପୂର୍ବରୁ ଆସିଛି।
ଟ୍ରମ୍ପ ପ୍ରଶାସନ ଜନସାଧାରଣଙ୍କୁ ଅର୍ଥର ଲୋଭ ଦେଖାଇ ନିର୍ବାଚନୀ ଥୋପ ପକାଇବା ପାଇଁ ଏଭଳି ଘୋଷଣା କରିଥିବା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।
ହ୍ୱାଇଟ୍ ହାଉସ୍ କହିଛି ଯେ, "ଫ୍ରଡ୍ ହ୍ୱିସଲ୍ବ୍ଲୋଅର୍ ଇନସେଣ୍ଟିଭ୍ ପ୍ରୋଗ୍ରାମ୍" ଅନ୍ତର୍ଗତ ଯେଉଁ ବ୍ୟକ୍ତିମାନେ ଠକେଇ ସମ୍ପର୍କରେ ସୂଚନା ପ୍ରଦାନ କରିବେ ସେମାନେ ୩୦ ହଜାର ଡଲାର ପର୍ଯ୍ୟନ୍ତ ପୁରସ୍କାର ପାଇବାକୁ ଯୋଗ୍ୟ ହେବେ।
ଏହି କାର୍ଯ୍ୟକ୍ରମ ନ୍ୟାୟ ବିଭାଗ ଦ୍ୱାରା ପରିଚାଳିତ ହେବ।
ଠକେଇର ପରିମାଣ ଉପରେ ୧% କମିସନ ଠକେଇର ପରିମାଣ ଉପରେ ୧% କମିସନ ମିଳିବ।
ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଏକାଧିକ ବ୍ୟକ୍ତି ସୂଚନା ପ୍ରଦାନ କରିଥିବା ଦାବି କରନ୍ତି, ତେବେ ମୁଁ ନିଜେ ନିଷ୍ପତ୍ତି ନେବି କିଏ ପୁରସ୍କାର ପାଇବ।
ମୁଁ ଏହି ସମସ୍ତ ନିଷ୍ପତ୍ତିରେ ମଧ୍ୟସ୍ଥି ହେବି।ସରକାରୀ ଜାଲିଆତିକୁ ମୂଳପୋଛ କରିବା ପାଇଁ ରିପବ୍ଲିକାନ୍ ରାଷ୍ଟ୍ରପତି ଏକ ଆକ୍ରମଣାତ୍ମକ ପଦକ୍ଷେପ ଆରମ୍ଭ କରିଛନ୍ତି।
ସେ ମାର୍ଚ୍ଚ ମାସରେ ଏକ ଟାସ୍କ ଫୋର୍ସ ପ୍ରତିଷ୍ଠା କରିଥିଲେ ଏବଂ ଭାନ୍ସଙ୍କୁ ଏହାର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ।
ସମାଲୋଚକମାନେ ଟ୍ରମ୍ପ ଏବଂ ତାଙ୍କ ପରିବାରଙ୍କୁ ସେମାନଙ୍କର ଅନେକ ବ୍ୟବସାୟିକ ଉଦ୍ୟମ ମାଧ୍ୟମରେ ରାଷ୍ଟ୍ରପତି ପଦର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।
ତେବେ ଏହାକୁ ଖଣ୍ଡନ କରି ହ୍ୱାଇଟ୍ ହାଉସ୍ କହିଛି ଯେ, ଟ୍ରମ୍ପ ଯାହା କରୁଛନ୍ତି ତାହା ଆମେରିକୀୟ ଲୋକଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ।
Marco Rubio: ଆମେରିକାରେ ପ୍ରତିଦିନ ଏହିପରି ପ୍ରତିବାଦ ଘଟିଥାଏ: ସିଜେପି ପ୍ରଦର୍ଶନକୁ ମାର୍କୋ ରୁବିଓଙ୍କ ଭର୍ତ୍ସନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।