Odisha Ranji Trophy: ରଣଜୀ ଟ୍ରଫିରେ ଓଡ଼ିଶାର ପରାଜୟ ଜାରି; କେରଳଠୁ ପାଳି ଓ ୩୬ ରନ୍ରେ ହାରିଲା
"ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫି ଋତୁରେ ଓଡ଼ିଶାର ପରାଜୟ ଜାରି ରହିଛି।
ପ୍ରଥମ ମ୍ୟାଚ୍ରେ ଗୁଜରାଟଠୁ ୧୦ ୱିକେଟ୍ରେ ହାରିଥିବା ଶୁଭ୍ରାଂଶୁ ସେନାପତିଙ୍କ ଦଳ ନିଜର ଦ୍ବିତୀୟ ମ୍ୟାଚ୍ରେ ଲଜ୍ଜା ଜନକ ଭାବେ କେରଳଠୁ ପାଳି ଓ ୩୬ ରନ୍ରେ ପରାସ୍ତ ହୋଇଛି।
ତିରୁଅନନ୍ତପୁରମରେ ଖେଳାଯାଇଥିବା ଏହି ୪ ଦିନିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ମହମ୍ମଦ ଆଝାରୁଦ୍ଦିନ୍ (୧୩୯*) ଓ ସଚିନ ବେବି (୧୧୨)ଙ୍କ ଶତକ ବଳରେ ୪୦୪ ରନ୍ କରିଥିଲା।
ଜବାବରେ ଓଡ଼ିଶା ୨୨୫ ରନ୍ରେ ଅଲ୍ଆଉଟ୍ ହୋଇ ଫଲୋଅନ୍ ଖେଳିଥିଲା।
Advertisment ପ୍ରଥମ ପାଳିଠୁ ଆହୁରି ଦୟନୀୟ ବ୍ୟାଟିଂ କରିବାରୁ ଭ୍ରମଣକାରୀ ଦଳର ଦ୍ବିତୀୟ ପାଳି ମାତ୍ର ୧୪୩ ରନ୍ରେ ଶେଷ ହୋଇଥିଲା।
ଗୌରବ ଚୌଧୁରୀ ଉଭୟ ପାଳି (୫୦, ୫୩ ରନ୍) ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଦଳକୁ ପାଳି ପରାଜୟରୁ ରକ୍ଷା କରି ପାରି ନଥିଲେ।
ଦ୍ବିତୀୟ ପାଳିରେ ପ୍ରଥମ ଦୁଇ ୱିକେଟ୍ ୨୯ ରନ୍ରେ ହରାଇଥିବା ଓଡ଼ିଶା ତୃତୀୟ ୱିକେଟ୍ରେ ଗୌରବ ଓ ଶୁଭ୍ରାଂଶୁ (୩୦) ୭୧ ରନ୍ ଯୋଡ଼ି ଦଳୀୟ ସ୍କୋର୍ ୧୦୦ରେ ପହଞ୍ଚାଇଥିଲେ।
ହେଲେ ତୃତୀୟ ଦିନର ଷ୍ଟମ୍ପ୍ସ ପୂର୍ବରୁ ଉଭୟଙ୍କୁ ଜଲଜ ସକ୍ସେନା ପ୍ୟାଭିଲିୟନ୍ ପଠାଇବାକୁ ଦଳ ୧୦୨/୪ ସଂଘର୍ଷ କରିଥିଲା।
ଓଡ଼ିଶା ୨୨୫ ରନ୍ରେ ଅଲ୍ଆଉଟ୍ ବୁଧବାର ଏଥିରେ ମାତ୍ର ୪୧ ରନ୍ ଯୋଡ଼ି ଅବଶିଷ୍ଟ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା।
ଜଲଜ ସକ୍ସେନା ୫ ୱିକେଟ୍ ସଫଳତା ପାଇଥିଲେ।
ମହମ୍ମଦ ଆଝାରୁଦ୍ଦିନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା।
ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ନିଜ ଘରୋଇ ପଡ଼ିଆ କିଟ୍ ଷ୍ଟାଡିୟମ୍ରେ ସର୍ଭିସେସ୍ ବିପକ୍ଷରେ ଖେଳିବ।ସଂକ୍ଷିପ୍ତ ସ୍କୋର୍: କେରଳ ପ୍ରଥମ ପାଳି ୧୨୯.୩ ଓଭରରେ ୪୦୪ (ମହମ୍ମଦ ଆଝାରୁଦ୍ଦିନ୍-୧୩୯*, ସଚିନ ବେବି-୧୧୨, ଆଦିତ୍ୟ ସର୍ବାତେ-୫୩, ଲଲିତ ଯାଦବ-୩/୫୩, ସୌମ୍ୟରଞ୍ଜନ ଲେଙ୍କା-୨/୫୭, ରାଜେଶ ମହାନ୍ତି-୨/୮୧, ନିନାଦ ରାଥୱା-୨/୮୧)।
ଓଡ଼ିଶା ପ୍ରଥମ ପାଳି ୮୪.୧ ଓଭରରେ ୨୨୫ (ଗୌରବ ଚୌଧୁରୀ-୫୦, ଶୁଭ୍ରାଂଶୁ ସେନାପତି-୫୦, ବୈଶାଖ ଚନ୍ଦ୍ରନ-୪/୪୦, ଆଦିତ୍ୟ ସର୍ବାତେ-୩/୫୬)।
ଓଡ଼ିଶା ଦ୍ବିତୀୟ ପାଳି ୫୮.୩ ଓଭରରେ ୧୪୩ (ଗୌରବ ଚୌଧୁରୀ-୫୩, ଶୁଭ୍ରାଂଶୁ ସେନାପତି-୩୦, ଜଲଜ ସକ୍ସେନା-୫/୩୪, ଆଦିତ୍ୟ ସର୍ବାତେ-୨/୪୫)।
ସଟ୍ପୁଟ୍ ରେ ଭାରତର ଐତିହାସିକ ସଫଳତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।