Annual day: ଲିଜତ ପାପଡ଼ର ମହିଳା କାରିଗରଙ୍କ ସହ କେଭିଆଇସି ଅଧ୍ୟକ୍ଷଙ୍କ ଆଲୋଚନା

Oct 03, 2026 - 20:36
Annual day: ଲିଜତ ପାପଡ଼ର ମହିଳା କାରିଗରଙ୍କ ସହ କେଭିଆଇସି ଅଧ୍ୟକ୍ଷଙ୍କ ଆଲୋଚନା

"ମୁମ୍ବାଇ: ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରତାର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛି ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜତ ପାପଡ଼।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ଭୋକାଲ୍ ଫର୍ ଲୋକାଲ୍" ଓ "ଆତ୍ମନିର୍ଭର ଭାରତ" ଲକ୍ଷ୍ୟକୁ ଆଗେଇ ନେବାରେ ଲିଜତ ପାପଡ଼ ଭଳି ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଅଧ୍ୟକ୍ଷ ମନୋଜ ଗୋୟଲ କହିଛନ୍ତି।

Advertisment ଲିଜତ ପାପଡ଼ର ମହିଳା କାରିଗରମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ଲିଜତ ପାପଡ଼ର ଯାତ୍ରା ୧୯୫୯ ମାର୍ଚ୍ଚ ୧୫ରେ ମାତ୍ର ୭ ଜଣ ମହିଳା ଓ ୮୦ ଟଙ୍କାରୁ ଆରମ୍ଭ ହୋଇଥିଲା।

ଏହା କେବଳ ପାପଡ଼ ତିଆରିର ଉଦ୍ୟମ ନଥିଲା, ବରଂ ନିଜ ଗୋଡ଼ରେ ଠିଆ ହୋଇ ସମ୍ମାନର ସହ ବଞ୍ଚିବାର ଏକ ପ୍ରୟାସ ଥିଲା ବୋଲି ଶ୍ରୀ ଗୋୟଲ କହିଥିଲେ।

୧୯୬୬ରେ କେଭିଆଇସି ପକ୍ଷରୁ ଲିଜତ ପାପଡ଼କୁ ଗ୍ରାମୋଦ୍ୟୋଗ ଭାବେ ମାନ୍ୟତା ମିଳିଥିଲା।

ରାଣୀ ଅହଲ୍ୟାବାଈ ହୋଲକର: ମହିଳା ସଶକ୍ତୀକରଣ ଏବଂ ଦୃଢ଼ ନେତୃତ୍ୱର ପ୍ରତୀକ ବର୍ତ୍ତମାନ ୧୬ଟି ରାଜ୍ୟରେ ଏହାର ୮୩ଟି ଶାଖା ରହିଛି ଏବଂ ୪୫ ହଜାରରୁ ଅଧିକ ମହିଳା ଏହା ସହ ଜଡ଼ିତ ଅଛନ୍ତି।

ପାପଡ଼ ବ୍ୟତୀତ ମସଲା, ଅଟା, ଡିଟରଜେଣ୍ଟ ଓ ଲିକ୍ୱିଡ୍‌ ସାବୁନ୍‌ ଭଳି ସାମଗ୍ରୀ ଏହା ପ୍ରସ୍ତୁତ କରୁଛି।

ଏହାର ଉତ୍ପାଦ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ ଆଫ୍ରିକା ସମେତ ୩୦ରୁ ଅଧିକ ଦେଶରେ ପହଞ୍ଚିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।