Navpreet Singh Deportation: ଅନ୍ତର୍ଜାତୀୟ ଡ୍ରଗ୍ସ କାରବାରର ମୁଖ୍ୟ କାର୍ପଟଦାର ନବପ୍ରୀତ ସିଂହ ତୁର୍କୀରୁ ଦେଶାନ୍ତର
"ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏକ ବଡ଼ ସଫଳତା ମିଳିଛି।
ଅନ୍ତର୍ଜାତୀୟ ଡ୍ରଗ୍ସ କାରବାରର ମୁଖ୍ୟ କାର୍ପଟଦାର ନବପ୍ରୀତ ସିଂହକୁ ତୁର୍କୀରୁ ଦେଶାନ୍ତର କରାଯାଇ ଭାରତ ଅଣାଯାଇଥିବା ନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।
ନବପ୍ରୀତ ଆଫଗାନିସ୍ତାନରୁ ଭାରତକୁ ହେରୋଇନ୍ ଏବଂ ମେଥାମ୍ଫେଟାମାଇନ୍ ଭଳି ମାରାତ୍ମକ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ଅନ୍ତର୍ଜାତୀୟ ନେଟୱର୍କର ମୁଖ୍ୟ ଥିଲା।
ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଏକ "ଐତିହାସିକ ମାଇଲଖୁଣ୍ଟ" ଭାବେ ଗୃହମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।Advertisment ତଦନ୍ତକାରୀ ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ, ନବପ୍ରୀତ ସିଂହ ନିଜର ପ୍ରକୃତ ପରିଚୟ ଲୁଚାଇ "ନବାବ୍ ଭିର୍କ" ନାମରେ ଏକ ନକଲି ପରିଚୟପତ୍ର ବ୍ୟବହାର କରି ତୁର୍କୀର ନାଗରିକତା ହାସଲ କରିସାରିଥିଲା।
ତଥାପି ଭାରତୀୟ ଏଜେନ୍ସିଗୁଡ଼ିକ ତା"ର ପ୍ରକୃତ ପରିଚୟ ଠାବ କରିବା ସହ ତାକୁ ତୁର୍କୀରୁ ଗିରଫ କରାଇ ଭାରତ ଆଣିବାରେ ସଫଳ ହୋଇଛନ୍ତି।
ନବପ୍ରୀତ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ତାକୁ ହାଜତକୁ ନିଆଯାଇଛି।
ନବପ୍ରୀତ ସିଂହ ଓରଫ୍ ନବ୍ ଭାରତ, ଆଫଗାନିସ୍ତାନ ଏବଂ ତୁର୍କୀ ମଧ୍ୟରେ ସକ୍ରିୟ ଥିବା ଏକ ବିଶାଳ ଡ୍ରଗ୍ସ ସିଣ୍ଡିକେଟ୍ର ନେତୃତ୍ୱ ନେଉଥିଲା।
Drone: ଅମୃତସର ବିମାନବନ୍ଦରରେ ସନ୍ଦେହଜନକ ଡ୍ରୋନ୍: ୭ ବିମାନର ଗତିପଥ ପରିବର୍ତ୍ତନ, ସୁରକ୍ଷା ଏଜେନ୍ସି ସଜାଗ,ସୀମାନ୍ତ ଗାଁରେ ସର୍ଚ୍ଚ ଅପରେସନ୍ ଏହି ଆନ୍ତର୍ଜାତୀୟ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଦକ୍ଷିଣ ଦିଲ୍ଲୀରୁ ରିଜୱାନ୍ କାଶ୍ମୀରୀ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା।
ତାକୁ ଜେରା କରିବା ପରେ ଏହି ସିଣ୍ଡିକେଟ୍ରେ ଅନେକ ଆଫଗାନ ନାଗରିକ ଏବଂ ଅନ୍ୟ ରାଜ୍ୟର ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା।
ଏହା ପରେ ଫରିଦାବାଦରେ ଏଜେନ୍ସିଗୁଡ଼ିକ ଦୁଇଟି ପୃଥକ ଗାଡ଼ିରୁ କ୍ରମାଗତ ଭାବେ ୧୬୬ କିଲୋଗ୍ରାମ ଏବଂ ୧୧୫ କିଲୋଗ୍ରାମ ହେରୋଇନ୍ ଜବତ କରିବାକୁ ସଫଳ ହୋଇଥିଲେ।
ଏହି ମାମଲାରେ ଅନ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ଅଭିଯୁକ୍ତ ତଥା ନବପ୍ରୀତଙ୍କ ସମ୍ପର୍କୀୟ ଭାଇ ପ୍ରଭଦୀପ ସିଂହକୁ ମଧ୍ୟ ଚଳିତ ବର୍ଷ ମେ" ମାସରେ ଆଜରବୈଜାନରୁ ପ୍ରତ୍ୟର୍ପଣ କରାଯାଇ ଭାରତ ଅଣାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।