Another Accident at Gumma Ghati: ଗୁମ୍ମା ଘାଟିରେ ପୁଣି ଦୁର୍ଘଟଣା, ୫୦ ଫୁଟ ତଳକୁ ଖସିଲା ଆଲୁମିନା ଟ୍ୟାଙ୍କର

Oct 17, 2026 - 11:59
Another Accident at Gumma Ghati: ଗୁମ୍ମା ଘାଟିରେ ପୁଣି ଦୁର୍ଘଟଣା, ୫୦ ଫୁଟ ତଳକୁ ଖସିଲା ଆଲୁମିନା ଟ୍ୟାଙ୍କର

ରାୟଗଡ଼ା ଜିଲ୍ଲାର ଗୁମ୍ମା ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଆଲୁମିନା ଟ୍ୟାଙ୍କର ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣା ପରେ ଟ୍ୟାଙ୍କରର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଟିକିରିସ୍ଥିତ ପ୍ଲାଣ୍ଟରୁ ଆଲୁମିନା ନେଇ ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୁମ୍ମା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାର ଖବର ପାଇ ଟ୍ରକ୍ ଡ୍ରାଇଭର ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଗୁମ୍ମା ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି। ଘାଟିରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
ଅନ୍ୟପଟେ, ଏହି ଦୁର୍ଘଟଣା ସମ୍ପର୍କରେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଦୁର୍ଘଟଣାର କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । 

ରାୟଗଡ଼ା ଗୁମ୍ମା ଘାଟିରେ ପୁଣି ଦୁର୍ଘଟଣା
ପ୍ରାୟ ୫୦ ଫୁଟ ତଳକୁ ଖସିଲା ଆଲୁମିନା ଟ୍ୟାଙ୍କର
ଦୁର୍ଘଟଣା ପରେ ଡ୍ରାଇଭର ଫେରାର
ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାୟୀ ସମାଧାନ ଦାବି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।