Another Drone Sighting Over Srimandir: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଆଜି ଭୋର୍ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିବା ଜଣାପଡ଼ିଛି। ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କିଏ ଏବଂ କେଉଁଠାରୁ ଡ୍ରୋନ୍ ଉଡ଼ାଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଧାର୍ମିକ ସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାକୁ ନେଇ ସବୁବେଳେ ସତର୍କତା ଅବଲମ୍ବନ କରାଯାଉଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।
ଡ୍ରୋନ୍ଟି କେଉଁ ଉଦ୍ଦେଶ୍ୟରେ ଉଡ଼ାଯାଇଥିଲା ଏବଂ ଏହା ମାଧ୍ୟମରେ କୌଣସି ଭିଡିଓ ରେକର୍ଡ କରାଯାଇଛି କି ନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ। ଏହା ପଛରେ କିଏ ଅଛି, ତାହା ଜଣାପଡ଼ିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।
ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ନେଇ ଦାବି ଉଠୁଛି।
ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍
ଭୋର୍ ସମୟରେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନରେ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନ କରାଯାଇଥିବା ସନ୍ଦେହ
ବାରମ୍ବାର ଡ୍ରୋନ୍ ଉଡ଼ିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
କିଏ ଡ୍ରୋନ୍ ଉଡ଼ାଇଛି ତାହା ଅସ୍ପଷ୍ଟ; ପୋଲିସର ଛାନଭିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।