Another Low-Pressure Raises Weather Concerns: ଅର୍ଣ୍ଣବ ପ୍ରଭାବ ନ ସରୁଣୁ କାଲି ପୁଣି ଲଘୁଚାପ ଆଶଙ୍କା

Oct 28, 2026 - 17:12
Another Low-Pressure Raises Weather Concerns: ଅର୍ଣ୍ଣବ ପ୍ରଭାବ ନ ସରୁଣୁ କାଲି ପୁଣି ଲଘୁଚାପ ଆଶଙ୍କା

ଓଡ଼ିଶାରେ ଏବେ ପ୍ରବଳ ବର୍ଷା ଲାଗି ରହିଛି।

ବାତ୍ୟା ଅର୍ଣ୍ଣବର ପ୍ରଭାବ ଶେଷ ହୋଇନଥିବା ବେଳେ, ଆସନ୍ତାକାଲି ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା।

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ।

ତେବେ ଏହା ଆଗକୁ ଅଧିକ ଘନୀଭୂତ ହେବ କି ନାହିଁ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ।

Advertisment ସେପଟେ ଲ୍ୟାଣ୍ଡଫଲ୍‌ ପରେ ମଧ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଜାରି ରହିଛି।

ଧୀରେ ଧୀରେ ଆଗକୁ ବଢ଼ୁଥିବା ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି।

ଏହାର ପ୍ରଭାବରେ ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିପାରେ।

କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।

ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ।

ଅନ୍ୟପଟେ ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି।

Advertisment ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ସହ ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ।

ଏନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ତାଙ୍କ ସୂଚନା ଅନୁସାରେ, ଉପକୂଳ ଅତିକ୍ରମ କରିଥିଲେ ମଧ୍ୟ ବାତ୍ୟା ଅର୍ଣ୍ଣବ ବେଶୀ ଦୂରକୁ ଯାଇନାହିଁ।

ଲ୍ୟାଣ୍ଡଫଲ୍‌ ସମୟରେ ଦିଗ ପରିବର୍ତ୍ତନ କରିବାରୁ ଏହି ପ୍ରକ୍ରିୟାରେ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା।

ଗୋଟିଏ ପଟେ ଅର୍ଣ୍ଣବର ପ୍ରଭାବ, ଅନ୍ୟପଟେ ନୂଆ ଲଘୁଚାପର ସମ୍ଭାବନା—ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ।

ତେବେ ନୂଆ ଲଘୁଚାପର ପରବର୍ତ୍ତୀ ଗତିବିଧି କିପରି ରହିବ, ତାହା ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।