Indian Stock Market Slides: ଧୂଳିସାତ ହେଲା ଭାରତୀୟ ଶେୟାର ବଜାର, ଗଲା ତଳକୁ ତଳକୁ; ମୁଣ୍ଡରେ ହାତଦେଲେ ନିବେଶକ
ବୁଧବାର ଭାରତୀୟ ଶେୟାର ବଜାରରେ ଆରମ୍ଭରୁ ହିଁ ଭାରି ବିକ୍ରି ଚାପ ଦେଖାଦେଇଛି।
Sensex ୭୦୦ ପଏଣ୍ଟ ନିକଟରେ ଖସିଥିବା ବେଳେ Nifty ୨୨,୬୦୦ ତଳକୁ ଖସିଛି।
ସବୁଠୁ ବେଶି ଚାପ IT ଶେୟାରରେ ଦେଖିବାକୁ ମିଳିଛି।
Advertisment ବୁଧବାର ସକାଳେ ଭାରତୀୟ ଶେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ଲାଗିଛି।
ବଜାର ଖୋଲିବା ପରଠାରୁ ବିକ୍ରି ଚାପ ବଢ଼ିବା ସହିତ ପ୍ରମୁଖ ସୂଚକାଙ୍କ ଲାଲ୍ ଚିହ୍ନରେ ଖସିଯାଇଥିଲେ।
ପ୍ରାରମ୍ଭିକ କାରବାରରେ Sensex ୬୬୭ ପଏଣ୍ଟରୁ ଅଧିକ ଖସି ୭୨,୯୩୧ ନିକଟକୁ ଆସିଥିଲା।
Nifty ମଧ୍ୟ ପ୍ରାୟ ୧୫୯ ପଏଣ୍ଟ ହ୍ରାସ ପାଇ ୨୨,୫୯୧ ନିକଟରେ ପହଞ୍ଚିଥିଲା।
ପରେ ଆହୁରି ତଳକୁ ଆସିଥିଲା।
IT ସେକ୍ଟରରେ ସବୁଠୁ ବଡ଼ ଝଟକା ଆଜିର ପ୍ରାରମ୍ଭିକ କାରବାରରେ ସବୁଠୁ ବେଶି ଚାପ ଟେକ୍ନୋଲୋଜି ଓ IT ଶେୟାର ଉପରେ ଦେଖାଯାଇଛି।
Nifty IT Index ପ୍ରାୟ ୩ ପ୍ରତିଶତରୁ ଅଧିକ ଖସିଥିଲା।
Advertisment ବିଭିନ୍ନ ସେକ୍ଟରର ଅବସ୍ଥା— Nifty ITରେ ସବୁଠୁ ବଡ଼ ଗିରାବଟ Oil & Gas ସେକ୍ଟରରେ ବିକ୍ରି ଚାପ FMCG ମଧ୍ୟ ଲାଲ୍ ଚିହ୍ନରେ Realty, PSU Bank ଓ Metalରେ ଦୁର୍ବଳତା Auto ସେକ୍ଟର କିଛି ସମୟ ପାଇଁ ତୁଳନାମୂଳକ ଭଲ ପ୍ରଦର୍ଶନ କରିଥିଲା IT କମ୍ପାନୀଗୁଡ଼ିକର ଆୟର ବଡ଼ ଅଂଶ ଆମେରିକା ବଜାରରୁ ଆସୁଥିବାରୁ ବିଦେଶୀ ଆର୍ଥିକ ପରିସ୍ଥିତି ସମ୍ପର୍କିତ ଚିନ୍ତା ମଧ୍ୟ ଏହି ସେକ୍ଟରକୁ ଚାପରେ ରଖିଛି।
Infosys, TCS ଓ Tech Mahindraରେ ଭାରି କ୍ଷତି Nifty 50ରେ IT ଶେୟାରଗୁଡ଼ିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
Infosys ପ୍ରାୟ ୪ରୁ ୪.୫ ପ୍ରତିଶତ ଖସିଥିଲା HCL Tech ପ୍ରାୟ ୩ ପ୍ରତିଶତ ତଳକୁ ଯାଇଥିଲା Tech Mahindraରେ ମଧ୍ୟ ୩ ପ୍ରତିଶତରୁ ଅଧିକ କ୍ଷତି TCSରେ ପ୍ରାୟ ୩ ପ୍ରତିଶତ ଦୁର୍ବଳତା ଏହି ବଡ଼ IT ଷ୍ଟକ୍ରେ ଭାରି ବିକ୍ରି ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ଉପରେ ଚାପ ସୃଷ୍ଟି କରିଥିଲା।
L&T ଓ Bajaj Auto ଦେଲେ ଆଶ୍ୱସ୍ତି ସବୁ ଭୁଷୁଡି ଥିବା ବେଳେ କିଛି ଷ୍ଟକ୍ରେ କିନ୍ତୁ କ୍ରୟ ଦେଖିବାକୁ ମିଳିଥିଲା।
Larsen & Toubroର ଶେୟାର ଭଲ ତ୍ରୈମାସିକ ଫଳାଫଳ ପରେ ଜୋରଦାର ବୃଦ୍ଧି କରିଥିଲା।
କିଛି ସମୟରେ ଏହା ପ୍ରାୟ ୫ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ଚଢ଼ିଥିଲା।
Bajaj Autoରେ ମଧ୍ୟ ପ୍ରାୟ ୩ ପ୍ରତିଶତ ବୃଦ୍ଧି ଦେଖାଯାଇଥିଲା।
କାହିଁକି ଖସିଲା ବଜାର?
ମାନ୍ଦାବସ୍ତା ପଛରେ କେତେକ କାରଣ— IT ଷ୍ଟକ୍ରେ ଭାରି ବିକ୍ରି ବିଶ୍ୱ ବଜାର ସମ୍ପର୍କିତ ଅନିଶ୍ଚିତତା କ୍ରୁଡ୍ ଅଏଲ୍ ଦାମ ଉଚ୍ଚ ସ୍ତରରେ ରହିବା କମ୍ପାନୀର ତ୍ରୈମାସିକ ଫଳାଫଳକୁ ନେଇ ସତର୍କତା ନିବେଶକଙ୍କ ପ୍ରଫିଟ୍ ବୁକିଂ ବ୍ରେଣ୍ଟ କ୍ରୁଡ୍ ଦାମ ପ୍ରତି ବ୍ୟାରେଲ୍ ପ୍ରାୟ ୧୧୫ ଡଲାର ନିକଟରେ ରହିଥିବାରୁ ମଧ୍ୟ ଭାରତ ଭଳି ତେଲ ଆମଦାନୀକାରୀ ଦେଶ ପାଇଁ ଚିନ୍ତା ବଢ଼ିଛି।
ଆଗକୁ ବଜାରର ଗତି କେମିତି ରହିବ?
ପ୍ରାରମ୍ଭିକ ଭାରି ଗିରାବଟ ପରେ ଦିନ ମଧ୍ୟରେ ନିମ୍ନ ସ୍ତରରୁ କିଛି କ୍ରୟ ଦେଖାଯାଇଥିଲା ଏବଂ ସୂଚକାଙ୍କ କିଛି କ୍ଷତି ପୂରଣ କରିଥିଲେ।
ବଜାରର ଆଗାମୀ ଦିଗ ଏବେ କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳ, FII-DII କାରବାର, କ୍ରୁଡ୍ ଅଏଲ୍ ଦାମ ଏବଂ ବିଶ୍ୱ ବଜାରର ସଙ୍କେତ ଉପରେ ନିର୍ଭର କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।