Another Milestone on Khordha–Bolangir Rail Line: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ମାଇଲଖୁଣ୍ଟ, ୬୦ କିମି ବେଗରେ ହେଲା ରୋଲିଂ ଟ୍ରାଏଲ୍

Sep 23, 2026 - 10:01
Another Milestone on Khordha–Bolangir Rail Line: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ମାଇଲଖୁଣ୍ଟ, ୬୦ କିମି ବେଗରେ ହେଲା ରୋଲିଂ ଟ୍ରାଏଲ୍

ଖୋର୍ଦ୍ଧା–ବଲାଙ୍ଗୀର ରେଳପଥରେ ଆଉ ଏକ ମାଇଲଖୁଣ୍ଟ। ବୌଦ୍ଧ ଓ ପୁରୁଣାକଟକ ପରେ ଏବେ ଚାରିଛକ ଷ୍ଟେସନ୍ ଅଭିମୁଖେ ଗଡ଼ିଛି ଟ୍ରେନ୍। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ମାଲବାହୀ ରେଳ ଇଞ୍ଜିନର ରୋଲିଂ କରାଯାଇଛି। ଦୁଇଟି ଭାୟଡକ୍ଟ ବ୍ରିଜ୍ ସହ ସାତ ନମ୍ବର ଟନେଲ୍ ଦେଇ ପ୍ରାୟ ୬୦ କିଲୋମିଟର ବେଗରେ ଗଡ଼ିଛି ଇଞ୍ଜିନ୍। 

ଆଗକୁ ଟ୍ରେନ୍  ଚଳାଚଳ ପାଇଁ ଏବେ ସୁରକ୍ଷା ଯାଞ୍ଚ ପ୍ରସ୍ତୁତି ଚାଲିଛି। ଖୋର୍ଦ୍ଧା–ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଷ୍ଟେସନ୍। ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନ୍ ପରେ ଏବେ ଚାରିଛକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରାୟ ୬୦ କିଲୋମିଟର ବେଗରେ ଟନେଲ୍ ଭିତରେ ଇଞ୍ଜିନର ଚଳାଚଳ ପରୀକ୍ଷା କରାଯାଇଥିଲା। 

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପରେ ମାଲବାହୀ ଇଞ୍ଜିନ୍ ସହ ଏକାଧିକ ବଗି ମଧ୍ୟ ରୋଲିଂ କରାଯାଇଥିବା ଜଣାପଡ଼ିଛି। ଚାରିଛକ ଷ୍ଟେସନ୍  ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଷ୍ଟେସନ୍ ଓ ଟ୍ରାକ୍ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ। ଆଗାମୀ କିଛି ସପ୍ତାହ ମଧ୍ୟରେ ପୁରୁଣାକଟକରୁ ଚାରିଛକ ପର୍ଯ୍ୟନ୍ତ ରେଳପଥର ସୁରକ୍ଷା ଯାଞ୍ଚ କରାଯିବା ପାଇଁ ପ୍ରସ୍ତୁତି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।