29 OCTOBER 2026

Welcome!

Unlock your personalized experience.
Sign Up

Anshuman leave the BJD? ବିଜେଡି ଛାଡ଼ିବେ କି ଅଂଶୁମାନ? ହୋର୍ଡିଂରୁ ନବୀନ, ଶଙ୍ଖଚିହ୍ନ ଉଭାନ

Oct 29, 2026 - 06:55
Anshuman leave the BJD? ବିଜେଡି ଛାଡ଼ିବେ କି ଅଂଶୁମାନ? ହୋର୍ଡିଂରୁ ନବୀନ, ଶଙ୍ଖଚିହ୍ନ ଉଭାନ

ରାଜନଗର: କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ଲୋକସଭା ପ୍ରାର୍ଥୀ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡି ଛାଡ଼ିବେ କି? ଏହାକୁ ନେଇ ଗଲା କିଛି ଦିନ ହେଲା ରାଜନଗର ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି। ଦୁର୍ଗାପୂଜା ଓ କାଳୀପୂଜା ପାଇଁ ରାଜନଗର ଓ ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ଲାଗିଥିବା ଅଂଶୁମାନଙ୍କ ହୋର୍ଡିଂରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଶଙ୍ଖଚିହ୍ନ ନ ରହିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଗତ ତିନିଦିନ ହେଲା ତ୍ରିନାଥବଜାରସ୍ଥିତ କାର୍ଯ୍ୟାଳୟରେ ଅଂଶୁମାନ ସମର୍ଥକମାନଙ୍କ ସହ ଘନଘନ ବୈଠକ ଜାରି ରଖିଛନ୍ତି। ନିଜର ଏକାନ୍ତ ଅନୁଗତଙ୍କୁ ଡାକି ସେ ରାଜନୈତିକ ଭବିଷ୍ୟତ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି। ଅଂଶୁମାନଙ୍କ ଏକାନ୍ତ ଅନୁଗତ ତଥା କଂଗ୍ରେସ ଛାଡ଼ିବା ବେଳେ ବ୍ଲକ୍‌ କଂଗ୍ରେସ ସଭାପତି ଥିବା ଦେବେନ୍ଦ୍ର ଜେନାଙ୍କ ମନ୍ତବ୍ୟ ଏଭଳି ଚର୍ଚ୍ଚାକୁ ଉଷ୍ମ କରିଛି।

Cyclone: ସୁନାର ଫସଲ ଧୋଇ ନେଲା ବାତ୍ୟା ‘ଅର୍ଣ୍ଣବ

ଦେବେନ୍ଦ୍ରଙ୍କ କହିବା କଥା ହେଲା ସେମାନେ ବିଜେଡିରେ ନାହାନ୍ତି; ସେମାନେ ଏବେ ସ୍ବାଧୀନ। ବାବୁଙ୍କୁ (ଅଂଶୁମାନ ମହାନ୍ତିଙ୍କୁ) ତାଙ୍କ ସମର୍ଥକ ଦେଖା କରିବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି। ଦଳ ଛାଡ଼ିବା ଚର୍ଚ୍ଚା ସମ୍ପର୍କରେ ଅଂଶୁମାନ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏବେ ନିର୍ବାଚନ ନାହିଁ। ବିଜେଡି ଏବେ ଛାଡ଼ୁନି। ତେବେ ପୂଜା ସମୟରେ ଲଗାଯାଇଥିବା ହୋର୍ଡିଂ ଯୋଗୁଁ ଏଭଳି ଚର୍ଚ୍ଚା ହେଉଛି ବୋଲି ସେ ସ୍ବୀକାର କରିଛନ୍ତି। ସେହିପରି ଦେବେନ୍ଦ୍ର ଜେନାଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ କରିବାରୁ ‘ଦେବେନ୍ଦ୍ର ଭାଇ କ୍ଷୋଭରେ କହି ଦେଇଛନ୍ତି’ ବୋଲି ସେ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଂଶୁମାନ କଂଗ୍ରେସ ଛାଡ଼ି ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ।

ହୋର୍ଡିଂରୁ ନବୀନ, ଶଙ୍ଖଚିହ୍ନ ଉଭାନ, ନିଜ ସମର୍ଥକଙ୍କ ସହ କରୁଛନ୍ତି ଘନଘନ ବୈଠକ

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦ୍ରାପଡ଼ା ଭଳି ଅଣକଂଗ୍ରେସ ସିଟ୍‌ରୁ ସେ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିଲେ। ମାତ୍ର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିଲେ। ପରାଜୟ ପରଠାରୁ ଅଂଶୁମାନଙ୍କୁ ଆଉ ରାଜନଗର ଓ ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଅନ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର କିଛି ଦଳୀୟ କାର୍ଯ୍ୟକ୍ରମରେ ଅଂଶୁମାନ ସାମିଲ ହେଉଥିଲା ବେଳେ ରାଜନଗରର ବିଜେଡି କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ଅଂଶୁମାନ ବିଜେଡିକୁ ଆସିବା ପରେ ତାଙ୍କର କିଛି ସମର୍ଥକ ବିଜେପିରେ ସାମିଲ ହୋଇସାରିଛନ୍ତି। ସେହିପରି କିଛି ସମର୍ଥକ ବିଜେଡି ଓ ବିଧାୟକଙ୍କ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ଅଂଶୁମାନଙ୍କ ଏକାନ୍ତ ଅନୁଗତଙ୍କୁ ଗତ ୮/୧୦ ମାସ ହେଲା ବିଜେଡି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ଅନ୍ୟପଟେ, ରାଜନଗର ତ୍ରିନାଥବଜାରସ୍ଥିତ ଅଂଶୁମାନଙ୍କ କାର୍ଯ୍ୟାଳୟରେ ଅଂଶୁମାନଙ୍କ ରାଜନୈତିକ ଭବିଷ୍ୟତ ନେଇ କର୍ମୀଙ୍କ ମତ ନିଆଯାଉଛି। କିଛି କର୍ମୀ ସିଧାସଳଖ ତାଙ୍କ ସହ ରହିବେ ବୋଲି କହିଥିବା ବେଳେ ଆଉ କିଛି କର୍ମୀ ବିଜେଡିରେ ରହିବେ ବୋଲି କହିଥିବା ଜଣାପଡ଼ିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଅଂଶୁମାନଙ୍କ କୌଣସି ପ୍ରକାର ପଦକ୍ଷେପ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।