Rahul and Nirmala: ଟାଟାକୁ ନେଇ ରାହୁଲ-ନିର୍ମଳା ମୁହାଁମୁହିଁ

Oct 29, 2026 - 06:55
Rahul and Nirmala: ଟାଟାକୁ ନେଇ ରାହୁଲ-ନିର୍ମଳା ମୁହାଁମୁହିଁ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ରେ ନେତୃତ୍ବକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଟାଟା ଗ୍ରୁପ୍‌କୁ ଅାପରାଧିକ ଭାବେ ବରବାଦ କରାଯାଉଛି।

ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଥିଲେ।

ସେହି ବୟାନ ପାଇଁ ରାହୁଲଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ସମାଲୋଚନା କରିଛନ୍ତି।

ବ୍ୟବସାୟୀଙ୍କ ମଧ୍ୟରେ ରାହୁଲ ଅବିଶ୍ବାସ ଓ ବିଷ ମଞ୍ଜି ବୁଣୁଥିବା ସେ କହିଛନ୍ତି।

Advertisment Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ରାହୁଲ କହିଥିଲେ, ଟାଟା ଗ୍ରୁପ୍‌କୁ ଅାପରାଧିକ ଭାବେ ବରବାଦ କରାଯାଉଛି।

ଏହା ବିରୋଧରେ କୌଣସି ଶିଳ୍ପପତି କିଛି କହିବାକୁ ସାହସ କରୁନାହାନ୍ତି।

ଶିଳ୍ପପତିମାନେ କେତେ ଦିନ ଚୁପ୍ ରହିବେ?

ଦେଶର ବ୍ୟବସାୟ ଜଗତ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁ‌ହେଁ।

ଏହି ଘଟଣାରେ ନ୍ୟାୟ ନିଶ୍ଚିତ କରିବାକୁ ଉଦ୍ୟମ କରିବେ ବୋଲି ସେ ସୋସିଆଲ୍‌ ମିଡିଆ 'ଏକ୍ସ'ରେ ଲେଖିଥିଲେ।

ତାଙ୍କୁ ଜବାବ ଦେଇ ନିର୍ମଳା କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ଦଳ 'ଲାଇସେନ୍ସ-କୋଟା ରାଜ' ଜରିଆରେ ଭାରତୀୟ ଉଦ୍ୟୋଗୀଙ୍କ ଭାବନାକୁ ଦଳିମକଚି ରଖିଥିଲା।

ଟାଟା ଗ୍ରୁପ୍‌କୁ ଆପରାଧିକ ଭାବେ ବରବାଦ କରାଯାଉଛି: ରାହୁଲ ଗାନ୍ଧୀ ରାହୁଲ ବ୍ୟବସାୟୀଙ୍କ ମଧ୍ୟରେ ଅବିଶ୍ବାସ, ବିଷ ମଞ୍ଜି ବୁଣୁଛନ୍ତି: ନିର୍ମଳା କୋଟି କୋଟି ଭାରତୀୟ ଦାରିଦ୍ର୍ୟରେ ଜୀବନଯାପନ କରିବାକୁ ବାଧ୍ୟ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାର ଭାରତୀୟ ଉଦ୍ୟୋଗକୁ ନିଯୁକ୍ତି ସୃଷ୍ଟିକାରୀ କରିଥିଲା।

ଆର୍ଥିକ ଅଭିବୃଦ୍ଧିର ଚାଳକ ଭାବେ ଉଦ୍ୟୋଗକୁ ସରକାର ଗୁରୁତ୍ବ ଦେଉଛନ୍ତି।

ଆମ ନୀତି ଉଦ୍ୟୋଗଗୁଡ଼ିକୁ ସକ୍ଷମ, ସମର୍ଥନ ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ।

ସବୁ ପ୍ରସଙ୍ଗର ରାଜନୀତିକରଣଠାରୁ ଦୂରେଇ ରହିବାକୁ ସେ ରାହୁଲଙ୍କୁ ପରାମର୍ଶ ଦେଇଥିଲେ।

ବାଣିଜ୍ୟିକ ଓ ଆଇନଗତ ବିଷୟଗୁଡ଼ିକୁ ଅପରାଧିକ କହିବା ଗ୍ରହଣୀୟ ନୁ‌ହେଁ ବୋଲି ସେ କହିଥିଲେ।

Z Black Agarbatti: ଜେଡ୍‌ ବ୍ଲାକ୍‌ ଅଗରବତୀର ନୂଆ ଟିଭିସି ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ସଂସ୍ଥା ଟାଟା ସନ୍ସର ନେତୃତ୍ୱକୁ ନେଇ ବିବାଦ ଦେଖାଦେଇଛି।

ଏନ୍‌ ଚନ୍ଦ୍ରଶେଖରନଙ୍କୁ ତୃତୀୟ ଥର ପାଇଁ ଅଧ୍ୟକ୍ଷ କରାଯିବାକୁ ଟାଟା ଟ୍ରଷ୍ଟସର ଅଧ୍ୟକ୍ଷ ନୋଏଲ ଟାଟା ବିରୋଧ କରୁଛନ୍ତି।

ଯେହେତୁ ଟାଟା ସନ୍ସରେ ଟ୍ରଷ୍ଟର ୬୬% ଅଂଶଧନ ରହିଛି, ସେହି ଅନୁସାରେ ତାଙ୍କ କଥାରେ ଯେତିକି ଗୁରୁତ୍ବ ରହିବା କଥା ତାହା ରହୁନାହିଁ।

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ସମ୍ପର୍କରେ ଗତ ସେପ୍ଟେମ୍ବର ୧୭ରେ ଟାଟା ସନ୍ସର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।

ନୋଏଲଙ୍କ ଅଭିଯୋଗ ଅନୁସାରେ, ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପ୍ରସ୍ତାବ ବୈଠକର ଏଜେଣ୍ଡାରେ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିଲା।

ଏଥିସହ ନିଯୁକ୍ତି ପ୍ରକ୍ରିୟାରେ ଆବଶ୍ୟକ ନିୟମ ପାଳନ ହୋଇନାହିଁ ଓ ନିଷ୍ପତ୍ତି ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ୍ ତାଙ୍କୁ ଦିଆଯାଇନଥିବା ସେ କହିଛନ୍ତି।

ଏହି ନିଷ୍ପତ୍ତିର ବୈଧତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।