Anti-Liquor Anger Erupts: ଠେଙ୍ଗା ବାଡ଼ି ଧରି ମଦ ଭାଟିରେ ପଶିଲେ ୩୦୦ରୁ ଅଧିକ ମହିଳା, ଭଙ୍ଗାରୁଜା ପରେ ଲଗାଇଦେଲେ ନିଆଁ
ମଦ ବିରୋଧରେ ତାତିଲେ ମହିଳା।
ନିଆଁ ଲଗାଇ ଜାଳିଦେଲେ ମଦ ଭାଟିର ସବୁ ସାମଗ୍ରୀ।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତର ବରିପଦର ଗାଁରେ ଘଟିଛି ଏହି ଘଟଣା।
୩୦୦ରୁ ଅଧିକ ମହିଳା ଠେଙ୍ଗା ବାଡି ଧରି ମଦ ଭାଟି ଉପରେ ଚଢାଉ କରିଥିଲେ।
Advertisment ଲାଇସେନ୍ସ ନବୀକରଣ ହୋଇ ନଥିବା କାରଣରୁ ଗତ ଏପ୍ରିଲ ମାସରୁ ଭାଟିଟି ସରକାରୀ ଭାବେ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ସେଠାରେ ଥିବା ଆସବାବପତ୍ର ଓ ସାମଗ୍ରୀ ଜଗିବା ପାଇଁ ମାତ୍ର ୨ ରୁ ୩ ଜଣ କର୍ମଚାରୀ ଉପସ୍ଥିତ ଥିଲେ।
ତେବେ ଉତ୍ତ୍ୟକ୍ତ ମହିଳାମାନେ ହଠାତ୍ ଭାଟି ପରିସରକୁ ପଶି ଭଙ୍ଗା ରୁଜା କରିବା ସହ ମଦ ତିଆରି ସାମଗ୍ରୀରେ ନିଆଁ ଲଗାଇଦେଇଛନ୍ତି।
ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ମଦ ବିରୋଧରେ ତାତିଲେ ମହିଳା ନିଆଁ ଲଗାଇ ଜାଳିଦେଲେ ମଦ ଭାଟିର ସବୁ ସାମଗ୍ରୀ ଡାବୁଗାଁ ବ୍ଲକ ବରିପଦର ଗାଁରେ ଉତ୍ତେଜନା ଲାଇସେନ୍ସ ନଥିବାରୁ ୭ ମାସ ହେଲା ବନ୍ଦ ଥିଲା ମଦ ଭାଟି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।