Anti-liquor protest ପୂଜାସ୍ଥଳ ନିକଟରେ ନୂତନ ମଦ ଦୋକାନକୁ ବିରୋଧ, ତାଲା ପକାଇଲେ ମହିଳା
"ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର ସିଆଲଯୋଡ଼ା ଗାଁର ପୂଜାସ୍ଥଳୀ ନିକଟରେ ଏକ ନୂତନ ବିଦେଶୀ ଦୋକାନ ଖୋଲାଯାଇଛି।
ଏହାକୁ ବିରୋଧ କରି ଅଞ୍ଚଳର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋକାନରେ ତାଲା ପକାଇଦେଇଛନ୍ତି।
Advertisment Anti-liquor protests ମଦମୁକ୍ତ ଆନ୍ଦୋଳନ, ଅଣ୍ଟାଭିଡ଼ିଲେ ୨୩ଖଣ୍ଡ ଡଙ୍ଗରିଆ ଗ୍ରାମବାସୀ ଗାଁର ମହିଳାମାନେ ଏକତ୍ରିତ ହୋଇ ଦୋକାନ ଖୋଲିବାକୁ ପ୍ରବଳ ବିରୋଧ କରିଥିଲେ।
ବିକ୍ଷୋଭ କରୁଥିବା ମହିଳା କହିଛନ୍ତି, ଗାଁର ପୂଜାଶାଳ (ସ୍ଥଳୀ) ନିକଟରେ ମଦ ଦୋକାନ ଖୋଲା ଗଲେ ଗାଁର ଧାର୍ମିକ ଭାବନା କ୍ଷୁଣ୍ଣ ହେବା ସହ ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଗାଁର ଶିଶୁ ଓ ମହିଳା ଅସୁରକ୍ଷିତ ହେବା ଆଶଙ୍କା ରହିଛି।
ଏପରିକି ନିକଟରେ ଗାଁର ଖେଳ ପଡିଆ ଓ ସ୍କୁଲ ରହିଥିବା ରହିଥିବା ବେଳେ ଏହାର କୁପ୍ରଭାବ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ ବୋଲି ମହିଳାମାନେ କହିଛନ୍ତି।
Anti-Liquor Protest ମହିଳାଙ୍କ ଠେଙ୍ଗା ମାଡ଼ରେ ମଦବୋତଲ ଚୂନା, ପୁଲିସ ଛାନିଆଁ ବିରୋଧ କରି ଦୋକାନରେ ମହିଳାମାନେ ଚାବି ପକାଇଥିଲେ।
ମଦ ଦୋକାନ ଖୋଲିବା ନେଇ ଗାଁ ରେ କୌଣସି ପଲ୍ଲୀସଭା କରାନଯାଇ ଏହି ମଦ ଦୋକାନ ଖୋଲା ଯାଇଥିବାରୁ ଏହାକୁ ପ୍ରବଳ ବିରୋଧ କରିବା ସହ ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଏକ ଦାବିପତ୍ର ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।