Jaipur: ଜୟପୁରରେ ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା, ସ୍ୱାମୀ ଫେରାର

Sep 11, 2026 - 22:06
Jaipur: ଜୟପୁରରେ ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା, ସ୍ୱାମୀ ଫେରାର

"ଜୟପୁର: ରାଜସ୍ଥାନର ଜୟପୁରରେ ଏକ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି।

ଗୋବିନ୍ଦ ବାଟିକା ଅଞ୍ଚଳରେ ୪୦ ବର୍ଷୀୟା ଗୀତା ଝା ଏବଂ ତାଙ୍କ ୩ ଝିଅ ନନ୍ଦିନୀ, ରାଧିକା ଓ ଗୌରୀଙ୍କୁ ଏକ ବଡ଼ ଇଟା ଆକୃତିର ଭାରୀ ସିମେଣ୍ଟ ବ୍ଲକ୍‌ରେ ମୁଣ୍ଡରେଆଘାତ କରି ହତ୍ୟା କରାଯାଇଛି।

ତିନି ଝିଅଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ବୋଲି ପୁଲିସ କହିଛି।Advertisment ଆହୁରି ପଢନ୍ତୁ :Anti-liquor protest ପୂଜାସ୍ଥଳ ନିକଟରେ ନୂତନ ମଦ ଦୋକାନକୁ ବିରୋଧ, ତାଲା ପକାଇଲେ ମହିଳା ଘଟଣାରେ ଗୀତାଙ୍କ ସ୍ୱାମୀ ତଥା ୩ ଝିଅଙ୍କ ବାପା ରାହୁଲ ଝାଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

ଘଟଣା ପରଠାରୁ ରାହୁଲ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଛି।

ତାଙ୍କ ଫୋନ୍‌ ମଧ୍ୟ ବନ୍ଦ ଥିବା ପୁଲିସ କହିଛି।

ପ୍ରାଥମିକ ତଦନ୍ତରୁ ପାରିବାରିକ କଳହ ହତ୍ୟାର କାରଣ ବୋଲି ପୁଲିସ ଅନୁମାନ କରୁଛି।

ମୃତକମାନଙ୍କୁ ଘରର ଭିନ୍ନ ଭିନ୍ନ କୋଠରିରୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢନ୍ତୁ :Israel: ଇସ୍ରାଏଲ ହେଜବୁଲ୍ଲାର ୨ କିମି ସୁଡ଼ଙ୍ଗକୁ ବିସ୍ଫୋରଣରେ ଉଡ଼ାଇଦେଲା ବିସ୍ଫୋରଣ ପରେ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ  ସେମାନଙ୍କ ମୁଣ୍ଡ ଓ ମୁହଁରେ ଆଘାତର ଚିହ୍ନ ରହିଛି।

ରାତିରେ ସେମାନେ ଶୋଇଥିବାବେଳେ ଆକ୍ରମଣ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେପହଞ୍ଚିଥିଲା।

ପରେ ଫରେନ୍ସିକ୍‌ ଟିମ୍‌ ମଧ୍ୟ ତଦନ୍ତ କରିଥିଲା।

ଘରୁ ହତ୍ୟାରେ ବ୍ୟବହୃତ ହୋଇଥିବା ସିମେଣ୍ଟ ଖଣ୍ଡଟି ଜବତ କରାଯାଇଛି।

ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।