Anu Choudhury: ଏହି ଜଣାଶୁଣା ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଅନୁ ଚୌଧୁରୀ

Sep 16, 2026 - 11:13
Anu Choudhury: ଏହି ଜଣାଶୁଣା ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଅନୁ ଚୌଧୁରୀ

"ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ମା" ଗୋଜବାୟାଣୀ"।

ଏହି ଫିଲ୍ମର ନିର୍ମାତା ସନକ ଦେବତା। "ମା" ଗୋଜବାୟାଣୀ"ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ।

ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ।

ଏହାଛଡ଼ା କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ।

ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରଡୁପରହିଟ୍ ହୋଇଥିଲା।

ଏହାର ସଙ୍ଗୀତକାର ହେଲେ ସ୍ବରୂପ ନାୟକ।Advertisment ଅଶୋକଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡିଆ ଫିଲ୍ମ ହେଲା "ବାଜି" ଅପରପକ୍ଷରେ ଅଶୋକ ପତି ଜଣେ ଆଗଧାଡ଼ିର ନିର୍ଦ୍ଦେଶକ।

ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡିଆ ଫିଲ୍ମ ହେଲା-ବାଜି।

ଏହା ୨୦୦୫ରେ ମୁକ୍ତିଲାଭ କରିଥିଲା।

ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର।

ଏହି  ସିନେମାରେ ବି ଅନୁ ଚୌଧୁରୀ ନାୟିକା ଭୂମିକାରେ ନଜର ଆସିଥିଲେ।

ଏଥିରେ ସିଦ୍ଧାନ୍ତ, ଶ୍ରୀତମ୍ ଦାସ ଓ ବର୍ଷା ପ୍ରିୟଦର୍ଶିନୀ ବି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହାପରେ ଅଶୋକ ପତି ମୁଁ ତତେ ଲଭ କରୁଚି, ମତେ ତ ଲଭ୍ ହେଲାରେ, ନନ୍ଦିନୀ ଆଇ ଲୟ୍ ୟୁ,  ପ୍ରେମରୋଗୀ,  ଡ୍ରିମ୍ଗାର୍ଲ, ସଂଜୁ ଆଉ ସଂଜନା,  ଦିଓ୍ଵାନା, ଲୋଫର୍, ୧-୪-୩-ଆଇ ଲୟ୍ ୟୁ, ଦୋସ୍ତି, ଶପଥ, ଇଡିଅଟ୍, ଦିଓ୍ଵାନା ଦିଓ୍ଵାନି, ସୁପର ମିଛୁଆ, ତୁ ଯେ ସେଇ, ଲଭଷ୍ଟେସନ୍, ସିଷ୍ଟର ଶ୍ରୀଦେବୀ, ଲଭ୍ ପାଇଁ କୁଛ୍ ଭି କରେଗା, ସୁନ୍ଦରଗଡ଼ର ସଲମାନ୍ ଖାନ୍, ଶ୍ରୀମାନ୍ ସୁରଦାସ,  "ଅଜବ ସଂଜୁର ଗଜବ ଲଭ୍", ଗୋଲମାଲ ଲଭ୍ , ମିଷ୍ଟର ମଜନୁ, ରାମ୍, ଗୁଡୁ ବ୍ୟାଙ୍ଗଷ୍ଟର୍, ପାବାର୍ ଓ ଲଢ଼େଇ  ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ହେଲେ ଆପଣ କ"ଣ ଜାଣନ୍ତି କି ଅଶୋକଙ୍କ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ଅନୁ ଚୌଧୁରୀ।

ହଁ ଅଶୋକଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡିଆ ଫିଲ୍ମ "ବାଜି" ଛଡ଼ା ଅନ୍ୟ କୌଣସି ଛବିରେ ନଜର ଆସିନାହାନ୍ତି ଅନୁ।

Journalist: ଜାତୀୟ ରାଜପଥରେ ଅସାମାଜିକଙ୍କ ଆତଙ୍କ, ସାମ୍ବାଦିକଙ୍କ ଗାଡ଼ି ଉପରେ ଅତର୍କିତ ଆକ୍ରମଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।