3 Minor Girls: ଗାଧୋଉଥିବା ବେଳେ ଶଙ୍ଖନଦୀ ପାଣିରେ ବୁଡ଼ି ତିନି ନାବାଳିକା ମୃତ

Sep 16, 2026 - 12:17
3 Minor Girls: ଗାଧୋଉଥିବା ବେଳେ ଶଙ୍ଖନଦୀ ପାଣିରେ ବୁଡ଼ି ତିନି ନାବାଳିକା ମୃତ

"ବୀରମିତ୍ରପୁର: ଗାଧୋଇଲା ବେଳେ ଶଙ୍ଖ ନ‌ଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ।

ବୁଧବାର ସକଳେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି।

ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ।

ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟରେ ସକାଳେ ଢିପାପଡ଼ା, ମଝାଟୋଲିର ୪ ଜଣ ସାଙ୍ଗ ଗାଧୋଉ ଥିଲେ।Advertisment ୩ ନାବାଳିକାଙ୍କ ମୃତଶରୀର ଉଦ୍ଧାର ସେମାନମାନଙ୍କ ମଧ୍ୟରେ ୩ ଜଣ ନାବାଳିକ ବାଳିକା ଓ ଜଣେ ନାବାଳକ ଥିଲେ।

ନଦୀରେ ଗାଧୋଇବା ସମୟରେ ୪ ଜଣ ନଦୀ ଭିତରକୁ ପଶି ଯାଇଥିଲେ ।

ହେଲେ ନାବାଳକ ଜଣଙ୍କ କୌଣସି ମତେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୩ ଜଣ ନାବାଳିକା ଘଟଣା ସ୍ଥଳରେ ବୁଡ଼ି ଯାଇଥିଲେ।

ଖବର ପାଇ ସ୍ଥାନୀୟ ଲୋକେ ନଦୀ ଭିତରେ ଖୋଜାଖୋଜି କରି ୩ ନାବାଳିକାଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି ।

ମୃତକମାନେ ହେଲେ ମଝାଟୋଲିର ଗୀତିକା ସାହୁ (୬),ସିବିକା ସାହୁ (୬) ଓ ଢିପାପଡ଼ାର ଶ୍ରୁତି ସାହୁ।

ଖବର ରାଏବୋଗା ଥାନାଧିକାରୀ ଦିବ୍ୟ ଓରାମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛନ୍ତି।

ଏ ନେଇ ରାଏବୋଗା ଥାନାରେ ଏକ ଅପମୃତ୍ଯୁ ମାମଲା (୦୯/୨୬) ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଓରାମ ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ସଲଙ୍ଗାବାବାହାଲ ଗ୍ରାମର ପ୍ରତାପ ସାହୁ ସୁରକ୍ଷିତ ଥିବା ପୁଲିସ କହିଛି।

ଏହି ଘଟଣା ରାଏବଗା ଓ ସଲଙ୍ଗାବାହାଲ ଅଞ୍ଚଳରେ ଶୋକର ଛାୟା ଖେଳେଇଦେଇଛି।

Formula One: ଭାରତକୁ ଫେରିବ "ଫର୍ମୁଲା ୱାନ୍‌" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।