Applications rejected: ଜାତୀୟ ପରିବାର ମଙ୍ଗଳ ଯୋଜନା; ୨ବର୍ଷରେ ୧୧୪୧ ଆବେଦନ

Oct 20, 2026 - 05:47
Applications rejected: ଜାତୀୟ ପରିବାର ମଙ୍ଗଳ ଯୋଜନା; ୨ବର୍ଷରେ ୧୧୪୧ ଆବେଦନ

"ନବରଙ୍ଗପୁର (ସୁରେଶ ନାଇଡୁ): ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ବ୍ୟବସ୍ଥା ରହିଛି।

ତେବେ ଆବେଦନ କରି ବର୍ଷ ବର୍ଷ ପରେ ମଧ୍ୟ ତନଖି ନାଁରେ ବହୁ ଆବେଦନକାରୀ ବିଧବା ଅସହାୟ ମହିଳାମାନେ ଏହି ସହାୟତା ପାଇବାରୁ ବଂଚିତ ହେଉଛନ୍ତି।

କେଉଁମାନେ ଏହି ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ପା‌ଇବେ ଆବେଦନ ସମୟ‌ରେ ହିଁ ଅବଗତ କରାଇଦେବା କଥା।

ସେଭଳି ନ କରି ଆବେଦନ କରିବାର ବହୁ ବର୍ଷ ପରେ ଅଚାନକ ନାକଚ କରାଯାଉଛି।

Advertisment ଅପରପକ୍ଷରେ ଏମାନେ ଜାଣି ନ ପାରି ଆଜି ମିଳିବ, କାଳି ମିଳିବ ଏହି ଆଶାରେ ଏମାନେ ରହୁଛନ୍ତି।

ନବରଂଗପୁର ଜିଲ୍ଲାରେ ଗତ ୨ବର୍ଷରେ ୧୧୪୧ଜଣ ଆବେଦନ କରିଥିବା ବେଳେ ୪୭୨ଜଣଙ୍କୁ ଯୋଜନାରେ ସହାୟତା ମିଳିଥିବା ବେଳେ ୬୩୮ଟି ଆବେଦନକୁ ନାକଚ କରାଯାଇଥିବା ବେଳେ ୩୧ଟି ଲଟକି ରହିଛି।

ଜିଲ୍ଲାର ୧୦ବ୍ଲକଓ ୨ ପୌରାଂଚଳରେ ୨୦୨୫-୨୬ଆର୍ଥିକ ବ‌ର୍ଷରେ ୮୭୩ଜଣ ଆବେଦନ କରିଥିବା ବେଳେ ୩୪୮ଜଣଙ୍କର ଅନୁମୋଦନ ହୋଇଛି।

ଆବେଦନର ୬୦ପ୍ରତିଶତ ୫୨୫ଟି ଆବେଦନକୁ ନାକଚ କରାଯାଇଛି।

ଏହି ଆବେଦନକାରୀ ମାନେ କାହିଁକି ନାକଚ ହୋଇଛି , ଏଯାଏଁ ସ୍ପଷ୍ଟ କାରଣ ବି ଜାଣି ନାହାନ୍ତି।

୨୦୨୬-୨୭ଆର୍ଥିକ ବର୍ଷର ଜୁଲାଇ ମାସ ଯାଏଁ ୨୬୮ଜଣ ଆବେଦନ କରିଥିବା ବେଳେ ୧୨୪ଜଣ ଆବେଦନ ଅନୁମୋଦନ ହୋଇଥିବା ବେଳେ ୧୧୩ଟି ନାକଚ, ୩୧ଟି ଅଟକି ରହିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

୨୦୨୫-୨୬ରେ ନବରଙ୍ଗପୁର ବ୍ଲକରେ ୭୬ରୁ ମାତ୍ର ୨ଜଣ ପାଇଥିବା ବେଳେ ୭୪ଟି ନାକଚ ହୋଇଛି।

ପାପାଡାହାଣ୍ଡିରେ ୧୬୮ରୁ ୪୯, ରାଇଘରରେ ୧୦୫ରୁ ୩୨, ତେନ୍ତୁଳିଖୁଣ୍ଟିରେ ୧୧୧ରୁ ୪୨, ଚନ୍ଦାହାଣ୍ଡିରେ ୧୬ରୁ ୨ଜଣ, ଡାବୁଗାଁରେ ୭୧ରୁ ୫୪,ଝରିଗାଁରେ ୭୮ରୁ ୫୦, କୋଷାଗୁମୁଡାରେ ୬୭ରୁ ୪୩, ନନ୍ଦାହାଣ୍ଡି ୮୯ରୁ ୧୯,ଉମରକୋଟ ୩୬ରୁ ୨୧, ନବରଙ୍ଗପୁର ପୌରପାଳିକାରେ୨୫ରୁ ୨୦ ଓ ଉମରକୋଟ ପୌରପାଳିକାରେ ୩୧ରୁ ୧୪ଜଣଙ୍କୁ ମିଳିଛି।

ସେହିପରି ୨୦୨୬-୨୭ରେ ନବରଙ୍ଗପୁର ବ୍ଲକରେ ୨୬ରୁ ମାତ୍ର ୬ଜଣ ପାଇଥିବା ବେଳେ ୧୯ଟି ନାକଚ ହୋଇଛି।

ପାପାଡାହାଣ୍ଡିରେ ୩୩ରୁ ୬, ରାଇଘରରେ ୩୨ରୁ ୧୪, ତେନ୍ତୁଳିଖୁଣ୍ଟିରେ ୩୬ରୁ ୨୨, ଚନ୍ଦାହାଣ୍ଡିରେ ୩ରୁ ୨ଜଣ, ଡାବୁଗାଁରେ ୧୭ରୁ ୧୦,ଝରିଗାଁରେ ୪୦ରୁ ୨୧, କୋଷାଗୁମୁଡାରେ ୧୯ରୁ ୧୬, ନନ୍ଦାହାଣ୍ଡି ୨୭ରୁ ୧୬,ଉମରକୋଟ ୧୩ରୁ ୬, ନବରଙ୍ଗପୁର ପୌରପାଳିକାରେ୬ରୁ ୩ ଓ ଉମରକୋଟ ପୌରପାଳିକାରେ ୧୬ରୁ ୨ଜଣଙ୍କୁ ସହାୟତା ମିଳିଛି ବୋଲି ଡିଏସଏସଓ ଦମୟନ୍ତି ନାୟକ କହିଛନ୍ତି।

Nabarangpur Floods ନବରଙ୍ଗପୁର ବର୍ଷା ବିତ୍ପାତ:  ୨୪,୭୦୬ ପ୍ରଭାବିତ, ପ୍ରାରମ୍ଭିକ କ୍ଷତି ୫୪କୋଟି ଟଙ୍କା ଏସଓପି ଅନୁଯାୟୀ,  ୫୯ବର୍ଷ ମଧ୍ୟରେ ଘରର ଆୟକାରୀ ମୁରବୀଙ୍କ ବୟସ ଥିବ ,ଭତ୍ତା ପାଉନଥିବେ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଜରୁରୀ।

ଯଦି ବିପିଏଲ୍ କାର୍ଡ ନଥିଲେ ଆବେଦନକାରୀ ନିଜ ଅଂଚଳର ଆରଆଇ (ରାଜସ୍ବ ନିରୀକ୍ଷକ)ଙ୍କ ନିକଟରୁ  ଆ‌ୟ ପ୍ରମାଣପତ୍ର ଆଣି ଆବେଦନପତ୍ର ଦାଖଲ କରି ପାରିବେ।

ଆୟ ପ୍ରମାଣପତ୍ରର ଆରଆଇ ଯାଂଚ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ ତାଙ୍କ ଜରିଆରେ ଆବେଦନପତ୍ର ଜିଲ୍ଲାସମାଜ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଆସିବ ବୋଲି ଡିଏସଏସଓ କହିଛନ୍ତି।

ଏସବୁ ବିବରଣୀ ସଠିକ ଭାବେ ପୂରଣ କରିବା ପରେ ଏତେ ସଂଖ୍ୟକ ଆବେଦନ ନାକଚର  ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।