Italy protests: ଇଟାଲିରେ ହିଂସାତ୍ମକ ପ୍ରଦର୍ଶନ ପରେ ମେଲୋନିଙ୍କ ଉଚ୍ଚସ୍ତରୀୟ ବୈଠକ, ଭାରତୀୟଙ୍କ ପାଇଁ ପରାମର୍ଶ ଜାରି
"ନୂଆଦିଲ୍ଲୀ: ଫ୍ରାନ୍ସ ପରେ ଇଟାଲିରେ ଦରଦାମ ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆବଶ୍ୟକତା ଏବଂ ସାର୍ବଜନିକ ସେବାର ପରିବର୍ତ୍ତନ ବିରୋଧରେ ଜାରି ଥିବା ପ୍ରଦର୍ଶନ ହିଂସାତ୍ମକ ହୋଇଛି।
ମିଲାନ ସମେତ ଅନେକ ସହରରେ ପ୍ରଦର୍ଶନକାରୀମାନେ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି।
ଦୋକାନରୁ ଲୁଟ୍ ଏବଂ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳି ଘଟଣା ଦେଖାଯାଇଛି।
ଏହିଭଳି ଅଭାବନୀୟ ପରିସ୍ଥିତି ଦେଖାଯିବା ପରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସୋମବାର ସାର୍ବଜନିକ ବ୍ୟବସ୍ଥାର ସ୍ଥିତି ନେଇ ସୋମବାର ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
Advertisment ମିଲାନରେ ରବିବାର ହୋଇଥିବା ଉପଦ୍ରବ ସମୟରେ ୨୭୧ ଯୁବକଙ୍କୁ ପୁଲିସ ଅଟକ ରଖିଥିଲା।
ପୁଲିସ କହିବା ଅନୁସାରେ ଅଟକ ଥିବା ଲୋକମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଗିରଫ କରାଯାଇଛି।
ଏଥିରେ ୨୩ ଜଣ ନାବାଳକ ସାମିଲ ଥିଲେ।
ସେହିପରି ୧୩ ଜଣ ବିଦେଶୀ ନାଗରିକ ସଂପୃକ୍ତ ଥିଲେ।
ଏହା ବ୍ୟତୀତ ୨୮ ଜଣଙ୍କ ବିରୋଧରେ ନ୍ୟାୟିକ ଅଧିକାରୀଙ୍କୁ ରିପୋର୍ଟ ପଠାଯାଇଛି।
ଟେଲିଭିଜନ ଫୁଟେଜ ଅନୁସାରେ ମିଲାନ ସହରର କେନ୍ଦ୍ରସ୍ଥଳରେ ଶତାଧିକ ମୁଖାପିନ୍ଧା ପ୍ରଦର୍ଶନକାରୀମାନେ ଅଗ୍ନିକାଣ୍ଡରେ ସଂପୃକ୍ତ ଥିଲେ।
ଦୋକାନରୁ ଲୁଟ୍ପାଟ କରିଥିଲେ।
ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ବ୍ୟବହାର କରିଥିଲା।
ଭାରତୀୟଙ୍କ ପରାମର୍ଶ ଜାରିଏହାରି ମଧ୍ୟରେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ମିସନ ପରାମର୍ଶ ଜାରି କରିଛି।
ଏଥିରେ ଭାରତୀୟଙ୍କୁ ସତର୍କ ରହିବା, ଭିଡ଼ସ୍ଥାନକୁ ନଯିବା ଏବଂ ପ୍ରଦର୍ଶନସ୍ଥଳରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।
ଜରୁରୀକାଳୀନ ସମୟରେ ଭାରତୀୟ ଦୂତାବାସ +39 331 614 2085, ଭାରତର ମହାବାଣିଜ୍ୟ ଦୂତାବାସ ମିଲାନ +39 388 164 7527.
ଦରଦାମ ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ଏକ ନାଟକ: ବିଜେପି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।