Arms Deal: ୟୁକ୍ରେନକୁ ୨.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି ଚୁକ୍ତିକୁ ଆମେରିକାର ଅନୁମୋଦନ

Oct 31, 2026 - 09:34
Arms Deal: ୟୁକ୍ରେନକୁ ୨.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି ଚୁକ୍ତିକୁ ଆମେରିକାର ଅନୁମୋଦନ

ୱାସିଂଟନ/କିଭ୍: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଏକ ଆମେରିକା ଖୁସି ଖବର ଆଣିଛି।

ରୁଷକୁ କଡ଼ା ଜବାବ ଦେବା ପାଇଁ ୟୁକ୍ରେନକୁ ୨.୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଚୁକ୍ତିକୁ ଆମେରିକା ଅନୁମୋଦନ କରିଛି।

ଷ୍ଟେଟ ଡିପାର୍ଟମେଣ୍ଟର ରାଜନୈତିକ ଏବଂ ସାମରିକ ବ୍ୟାପାର ବ୍ୟୁରୋ ଦ୍ୱାରା ଏହା କରାଯାଇଛି।

Advertisment ଚୁକ୍ତି ଅନୁଯାୟୀ, ୟୁକ୍ରେନକୁ ୫୦୦ଟି ପାଟ୍ରିଅଟ୍ ଆଡଭାନ୍ସଡ୍ କ୍ୟାପାବିଲିଟି-୩ କ୍ଷେପଣାସ୍ତ୍ର ଏବଂ ସମ୍ପର୍କିତ ଉପକରଣ ଯୋଗାଇ ଦିଆଯିବ।ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ଏହି ପ୍ରସ୍ତାବିତ ବିକ୍ରୟ ୟୁରୋପରେ ରାଜନୈତିକ ଏବଂ ଆର୍ଥିକ ସ୍ଥିରତା ପାଇଁ ଏକ ଶକ୍ତି ଭାବରେ ବିବେଚିତ ଅଂଶୀଦାର ଦେଶ ୟୁକ୍ରେନର ସୁରକ୍ଷାକୁ ସୁଦୃଢ଼ ​​କରିବ।

ଏହା ଆମେରିକାର ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟକୁ ମଧ୍ୟ ସମର୍ଥନ କରିବ।

ଆମେରିକୀୟ ସରକାରୀ ପାଣ୍ଠି ବ୍ୟବହାର କରାଯିବ ନାହିଁ ୟୁକ୍ରେନ ଏଥିପାଇଁ କାନାଡା, ଜର୍ମାନୀ ଏବଂ ନରୱେରୁ ଆର୍ଥିକ ସହାୟତା ସହିତ ନିଜର ଜାତୀୟ ପାଣ୍ଠିରୁ ଅର୍ଥ ପ୍ରଦାନ କରିବ।

ୟୁକ୍ରେନକୁ ୟୁରୋପୀୟ ସଂଘର ସହାୟତା ଋଣ ମାଧ୍ୟମରେ ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ।

ଏହି ସାମରିକ ବିକ୍ରୟରେ କୌଣସି ଆମେରିକୀୟ ସରକାରୀ ପାଣ୍ଠି ବ୍ୟବହାର କରାଯିବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି।

ISRO: ମହାକାଶ ବୈଜ୍ଞାନିକଙ୍କ ନିଷ୍ଠା, ପ୍ରତିଭା ଆମ ଦେଶକୁ ନିରନ୍ତର ଗର୍ବିତ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଜେଲେନସ୍କି ଅନୁମୋଦନକୁ ଏକ ଦୃଢ଼ ପଦକ୍ଷେପ ଭାବରେ ବର୍ଣ୍ଣନା କରି କହିଛନ୍ତି, ପାଟ୍ରିଅଟ୍ ଇଣ୍ଟରସେପ୍ଟର ମିସାଇଲର ଷ୍ଟକପାଇଲ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଶୀତ ଋତୁରେ ୟୁକ୍ରେନ ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିରକ୍ଷା ପ୍ୟାକେଜ୍ ପ୍ରମାଣିତ ହୋଇପାରେ।

ତେବେ ବର୍ତ୍ତମାନର ସର୍ତ୍ତାବଳୀ ଅନୁସାରେ ମିସାଇଲଗୁଡ଼ିକର ବିତରଣ ଆରମ୍ଭ ହେବା ପାଇଁ ଅନେକ ବର୍ଷ ଲାଗିପାରେ।

ରୁଷ ସାମରିକ ବାହିନୀ ପ୍ରତିଦିନ ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରୁଛି।

ଏହା ଦ୍ବାରା ମସ୍କୋକୁ ଏବେ କଡ଼ା ଜବାବ ଦିଆଯାଇ ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।