‘ରନ୍ ଫର୍ ୟୁନିଟି’ ଓ ‘ନଶା ମୁକ୍ତ ଓଡ଼ିଶା’
ଛତ୍ରପୁର ପୁଲିସ ପ୍ୟାରେଡ୍ ପଡ଼ିଆରେ କାର୍ଯ୍ୟକ୍ରମ
ଗଞ୍ଜାମ ପୁଲିସ ପକ୍ଷରୁ ଛତ୍ରପୁରସ୍ଥିତ ପୁଲିସ ପ୍ୟାରେଡ୍ ପଡ଼ିଆରୁ ‘ରନ୍ ଫର୍ ୟୁନିଟି’ ଦୌଡ଼ର ଶୁଭାରମ୍ଭ ହୋଇଥିଲା। ଅତିରିକ୍ତ ଏସ୍ପି ପ୍ରଶାନ୍ତ କୁମାର ଦାଶ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ପୁଲିସ କର୍ମଚାରୀ, ହୋମଗାର୍ଡ ଓ ଅନ୍ୟମାନେ ଦୌଡ଼ରେ ସାମିଲ ହୋଇ ଛତ୍ରପୁର ସହର ପରିକ୍ରମା କରିଥିଲେ। ଏହା ମାଧ୍ୟମରେ ଜାତୀୟ ଏକତା, ଅଖଣ୍ଡତା, ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ଅବସରରେ ‘ନଶା ମୁକ୍ତ ଓଡ଼ିଶା’ ଅଭିଯାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନିଶାଦ୍ରବ୍ୟକୁ ‘ନା’ କହିବା ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ରବିକାନ୍ତ ସୁନା ଓ ପ୍ରଭା ଧାନ, ଡିଏସ୍ପି ଜ୍ୟୋତ୍ସ୍ନା କାଉଁରୀ ଓ କାଳୁଚରଣ ବେହେରା, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳିଆରସିଂହ, ଇନିସପେକ୍ଟର ଅଞ୍ଜଳି ବିଶ୍ୱାଳଙ୍କ ସମେତ ବହୁ ପୋଲିସ ଓ ହୋମଗାର୍ଡ କର୍ମଚାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ରିଜର୍ଭ ଇନିସପେକ୍ଟର ସୁରେଶ କୁମାର ବଳିଆରସିଂହ ସଂଯୋଜନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।