Army Recruitment 2026: ଆର୍ମି ଅର୍ଡନାନ୍ସ କର୍ପସ୍ରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ ଦରମା
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଭଲ ଖବର। ଆର୍ମି ଅର୍ଡନାନ୍ସ କର୍ପସ୍ (AOC) ପକ୍ଷରୁ ବିଭିନ୍ନ ଗ୍ରୁପ୍-C ସିଭିଲିଆନ୍ ପଦ ପାଇଁ ନିଯୁକ୍ତି ବିବରଣୀ ପ୍ରକାଶ କରାଯାଇଛି। ତେବେ ଏହି ସଂଖ୍ୟା ଚୂଡ଼ାନ୍ତ ନୁହେଁ ଏବଂ ବିସ୍ତୃତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପରେ ଏଥିରେ ପରିବର୍ତ୍ତନ ହୋଇପାରେ।
ପ୍ରକାଶିତ ଟେଣ୍ଟେଟିଭ୍ ଭାକାନ୍ସି ଅନୁସାରେ, ଟ୍ରେଡ୍ସମ୍ୟାନ୍ ମେଟ୍ ପାଇଁ ୨,୩୧୩ଟି, ଫାୟାରମ୍ୟାନ୍ ପାଇଁ ୬୫୬ଟି ଏବଂ ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ ପାଇଁ ୯୯ଟି ପଦ ରହିଛି। ଏହି ତିନିଟି ପଦକୁ ମିଶାଇ ମୋଟ ୩,୦୬୮ଟି ଟେଣ୍ଟେଟିଭ୍ ଭାକାନ୍ସି ରହିଛି।
ଦରମା: ଟ୍ରେଡ୍ସମ୍ୟାନ୍ ମେଟ୍ ପଦ ପାଇଁ ପେ ଲେଭଲ୍-୧, ଅର୍ଥାତ୍ ୧୮,୦୦୦ରୁ ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିଛି। ସେହିପରି ଫାୟାରମ୍ୟାନ୍ ଓ ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ ପଦ ପେ ଲେଭଲ୍-୨ ଅଧୀନରେ ରହିଥିବା ବେଳେ ଦରମା ୧୯,୯୦୦ରୁ ୬୩,୨୦୦ ଟଙ୍କା ମଧ୍ୟରେ ରହିଛି।
କିଏ କରିପାରିବେ ଆବେଦନ?
ପଦ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିବ। ତେଣୁ ଆବେଦନ କରିବା ପୂର୍ବରୁ AOCର ବିସ୍ତୃତ ନିଯୁକ୍ତି ବିଜ୍ଞପ୍ତିରେ ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ଭଲଭାବେ ଯାଞ୍ଚ କରିବା ଜରୁରୀ। କିଛି ପଦ ପାଇଁ ଶାରୀରିକ ଦକ୍ଷତା କିମ୍ବା ସ୍କିଲ୍ ଟେଷ୍ଟ ମଧ୍ୟ ଦେବାକୁ ପଡ଼ିପାରେ।
ଚୟନ ପ୍ରକ୍ରିୟା:
ପଦ ଅନୁସାରେ ଲିଖିତ ପରୀକ୍ଷା, ଶାରୀରିକ କିମ୍ବା ଦକ୍ଷତା ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ୍ ପରୀକ୍ଷା ହୋଇପାରେ। ବିଶେଷକରି ଫାୟାରମ୍ୟାନ୍ ପଦ ପାଇଁ ଶାରୀରିକ ମାନଦଣ୍ଡ ଓ ଫିଜିକାଲ୍ ଏଣ୍ଡ୍ୟୁରାନ୍ସ ଟେଷ୍ଟ ଥିବାବେଳେ, ଜୁନିୟର ଅଫିସ୍ ଆସିଷ୍ଟାଣ୍ଟ ପଦ ପାଇଁ ଟାଇପିଂ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।