Arrest: ୧୨୧%ରୁ ଅଧିକ ପରିମାଣର ଅନୁପାତହୀନ ସମ୍ପତ୍ତିକୁ‌ ନେଇ ପଶୁଧନ ନିରୀକ୍ଷକ ଗିରଫ

Oct 17, 2026 - 20:29
Arrest: ୧୨୧%ରୁ ଅଧିକ ପରିମାଣର ଅନୁପାତହୀନ ସମ୍ପତ୍ତିକୁ‌ ନେଇ ପଶୁଧନ ନିରୀକ୍ଷକ ଗିରଫ

"ନବରଙ୍ଗପୁର (ସୁରେଶ ନାଇଡୁ): ପୂର୍ବରୁ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ପଶୁଧନ ନିରୀକ୍ଷକ ପ୍ରପୁଲ୍ଲ ହାଲଦାରଙ୍କୁ ଅଡୁଆ ବଢ଼ିଛି।

ପୁଣି ଭିଜିଲାନସ୍ ଆୟ ଠାରୁ ଅଧିକା ୧୨୧ ପ୍ରତିଶତ ଟଙ୍କା ରହିଥିବା ଦର୍ଶାଇ ଆଜି ଗିରଫ କରି କୋର୍ଟକୁ ଚାଳାଣ କରିଛି।

Advertisment ପ୍ରକାଶଯୋଗ୍ୟ, ରାଇଘର ବ୍ଲକର ଗୁରସିଙ୍ଗାର ଦୁଗ୍ଧ ଚାଷୀ ବଂଶୀଲାଲ ଗଣ୍ଡଙ୍କୁ ହିତାଧିକାରୀ ଭାବରେ ଚୟନ କରାଯାଇଥିଲା।

ତାଙ୍କୁ ଏବାବଦରେ ସବସିଡି ରାଶି ୧,୬୧,୦୦୦ହଜାର ଟଙ୍କା ମିଳିବାର ଥିଲା।

ତେବେ  ଅଭିଯୁକ୍ତ ଏଲଆଇ ଶ୍ରୀ ହାଲଦାର ସବସିଡି ରାଶି ଫେରାଇବା ବଦଳରେ ହିତାଧିକାରୀଙ୍କଠାରୁ ଅଧା ୮୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

ଲାଞ୍ଚ ନ ଦେଲେ ତାଙ୍କ ଏବଂ ତାଙ୍କ ଗ୍ରାମର ଅନ୍ୟ ହିତାଧିକାରୀଙ୍କ ସବସିଡି ରାଶିକୁ ଅବରୋଧ କରିବାକୁ ଧମକ ଦେବା ପରେ ବଂଶୀଲାଲ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ।

ଗତ ଜୁନ ୨୬ତାରିଖଦିନ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ରାଶି ପ୍ରଦାନ କରିବା ବଦଳରେ ୮୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ‌ବେଳେ ଶ୍ରୀ ହାଲଦାରଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ କୋର୍ଟକୁ ଚାଳାଣ କରାଯାଇଥିଲା।

ପ୍ରଥମେ ଲାଂଚ ନେବା ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ-୧୩ (ତା.

୨୫.୦୬.୨୦୨୬) ରୁଜୁ ହୋଇଥିଲା।

ଯାହା ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅଧୀନରେ ଥିଲା।

ଏହା ପରେ  ଶ୍ରୀ ହାଲଦାରଙ୍କ ବାସସ୍ଥାନ ଓ ଅନ୍ୟାନ୍ୟ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ରାଇଘର ଘର ଯାଂଚ ବେଳେ ସେଠାରୁ ୮.୨୪ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ ହୋଇଥିଲା।

ମାମଲାର ତଦନ୍ତ ଚାଳିଥିବା ବେଳେ ଶ୍ରୀ ହାଲଦାରଙ୍କ ଆୟର ନିଜ ଉତ୍ସ ତୁଳନାରେ ୧୨୧%ରୁ ଅଧିକ ପରିମାଣର ଅନୁପାତହୀନ ସମ୍ପତ୍ତି (ଡିଏ) ମିଳିଛି।

ଏହି ଘଟଣାରେ, ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦ୍ବିତୀୟ ମାମଲା ରୁଜୁ କରିଛି।

Vigilance raid: ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ-୨୨ (ତା.

୧୬.୧୦.୨୦୨୬) ଅଧୀନରେ, ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ପଠିତ ଧାରା ୧୩(୧)(ବି)/୧୨ ଅନୁଯାୟୀ ଶ୍ରୀ ହାଲଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଶ୍ରୀ ହାଲଦାରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରିଛି।

ତେବେ ମାମଲାର ତଦନ୍ତ ଜାରୀ ରହିଥିବା ଭିଜିଲାନସ୍ ଦର୍ଶାଇଛି।

ଏହି ମାମଲାରେ ଏଲଆଇ ହାଲଦାର ହିଁ ଜଡିତ ନାଁ ଅନ୍ୟ କେହି ଅଧିକାରୀ ମାନେ ବି ସମ୍ପୃକ୍ତ ତାହାର ତଦନ୍ତ କରିବା ନିହାତି ଜରୁରୀ ବୋଲି ଦୁଗ୍ଧ ଚାଷୀ ମାନେ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।