Arrest: ଡାକ୍ତର ସାଜି ରହୁଥିବା ବେଳେ ଅଭିଯୁକ୍ତକୁ ଧରିଲା ଦିଲ୍ଲୀ ପୁଲିସ

Aug 07, 2026 - 19:53
Arrest: ଡାକ୍ତର ସାଜି ରହୁଥିବା ବେଳେ ଅଭିଯୁକ୍ତକୁ ଧରିଲା ଦିଲ୍ଲୀ ପୁଲିସ

"ନୂଆଦିଲ୍ଲୀ: ପ୍ରାୟ ୨୭ ବର୍ଷ ଧରି ଫେରାର ରହିବା ପରେ ହତ୍ୟା ମାମଲାର ଜଣେ ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତ ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ନିଜକୁ ଡାକ୍ତର କହି ଲୋକଙ୍କର ଚିକିତ୍ସା କରୁଥିଲା।

ବର୍ଷ ବର୍ଷ ଧରି ପରିଚୟ ବଦଳାଇ ଲୋକଙ୍କୁ ଫାଙ୍କି ଦେଇ ରହୁଥିବା ଏହି ଅଭିଯୁକ୍ତକୁ ଦିଲ୍ଲୀ ପୁଲିସର ଅପରାଧ ଶାଖା ଏକ ସ୍ୱତନ୍ତ୍ର ଅଭିଯାନରେ ଗିରଫ କରିଛି।Advertisment ପୁଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତର ନାମ ରାଜେଶ କୁମାର।

୧୯୯୯ରେ ଦିଲ୍ଲୀରେ ଘଟିଥିବା ଏକ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲା।

ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲା।

ଦୀର୍ଘ ଦିନ ଧରି ତା" ବିରୋଧରେ ଗିରଫ ପରୱାନା ଜାରି ରହିଥିଲା ଏବଂ ଅଦାଲତ ତାକୁ ପଳାତକ ଘୋଷଣା କରିଥିଲେ।

ତେବେ ସେ ନିଜର ପରିଚୟ ବଦଳାଇ ମଧ୍ୟପ୍ରଦେଶରେ ନୂଆ ଜୀବନ ଆରମ୍ଭ କରିଥିଲା।

Delhi Police: ମହିଳାଙ୍କୁ ଚାପୁଡ଼ା ମାରି ଦାୟିତ୍ୱରୁ ହଟିଲେ ଦିଲ୍ଲୀ ପୁଲିସ ଅତିରିକ୍ତ ଡିସିପି ସନ୍ଦୀପ ଲାମ୍ବା ତଦନ୍ତରେ ଜଣାପଡ଼ିଛି, ଅଭିଯୁକ୍ତ ଜଣକ ଏକ ନକଲି ଡାକ୍ତରୀ ପରିଚୟ ସୃଷ୍ଟି କରି ଗୁନା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଏକ କ୍ଲିନିକ୍‌ ଚଳାଉଥିଲା।

ସ୍ଥାନୀୟ ଲୋକଙ୍କ ଚିକିତ୍ସା କରିବା ସହ ସେ ନିଜକୁ ଜଣେ ଯୋଗ୍ୟ ଡାକ୍ତର ବୋଲି ପରିଚୟ ଦେଉଥିଲା।

ଏହି ସମୟରେ ସେ ବିବାହ କରିଥିଲା ଏବଂ ପରିବାର ଗଠନ କରି ସାଧାରଣ ଜୀବନ ବିତାଉଥିଲା।

ତା" ପଡ଼ୋଶୀ କିମ୍ବା ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ତା" ପ୍ରକୃତ ପରିଚୟ ସମ୍ପର୍କରେ ଜାଣିନଥିଲେ।

ଦିଲ୍ଲୀ ପୁଲିସର ଅପରାଧ ଶାଖା ନିକଟରେ ପୁରୁଣା ପଳାତକ ଅପରାଧୀମାନଙ୍କୁ ଧରିବା ପାଇଁ ଚଳାଇଥିବା ଅଭିଯାନ ସମୟରେ ଅଭିଯୁକ୍ତ ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲା।

ଏହାପରେ ତା" ଗତିବିଧି ଉପରେ ନଜର ରଖାଯାଇଥିଲା।

ପରିଚୟ ନିଶ୍ଚିତ ହେବା ପରେ ପୁଲିସ ଗୁନାରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ପଚରାଉଚରା ବେଳେ ସେ ନିଜର ପ୍ରକୃତ ପରିଚୟ ସ୍ୱୀକାର କରିଥିବା ପୁଲିସ କହିଛି।

ଦୀର୍ଘ ୨୭ ବର୍ଷ ପରେ ଏହି ପଳାତକ ଅଭିଯୁକ୍ତ ଗିରଫ ହେବାକୁ ଦିଲ୍ଲୀ ପୁଲିସ ଏକ ବଡ଼ ସଫଳତା ବୋଲି କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।