Dead: ଜଳପ୍ରପାତରେ ଗାଧୋଇବା ପରେ ଅଜଣା ସଂକ୍ରମଣ; ଗୋଟିଏ ପରିବାରର ୪ ମୃତ
"ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ସହରରେ ଏକ ଜଳପ୍ରପାତରେ ଗାଧୋଇବାର ୧୦ ଦିନ ମଧ୍ୟରେ ୪ ଜଣଙ୍କର ଅଜଣା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି।
୩ ଭାଇ ଓ ସେମାନଙ୍କର ଜଣେ ସମ୍ପର୍କୀୟ ଅଗଷ୍ଟ ୧୬ ତାରିଖରେ ଗୋରା ତିଲା ନିକଟରେ ଏକ ଜଳପ୍ରପାତରେ ଗାଧୋଇଥିଲେ।
ଏହାପରେ ସମସ୍ତଙ୍କ ଦେହ ଖରାପ ହେଲା।
ପ୍ରଥମେ ଜ୍ବର, ତା"ପରେ ପେଟରେ ଯନ୍ତ୍ରଣା, ବାନ୍ତି ଓ ଡାଇରିଆ ହେଲା।
ସମସ୍ତ ଚେଷ୍ଟା ସତ୍ତ୍ବେ ଅଗଷ୍ଟ ୨୧ରୁ ୩୧ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି।Advertisment ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ଯେ ଜଳ ସଂକ୍ରମଣ ଯୋଗୁ ଏହି ଘଟଣା ଘଟିଛି।
ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ପରିବାରକୁ ଭେଟିଛନ୍ତି ଏବଂ ସେମାନଙ୍କଠାରୁ ସମସ୍ତ ସୂଚନା ସଂଗ୍ରହ କରିଛନ୍ତି।
ଏଯାବତ୍ ଶବ ବ୍ୟବଚ୍ଛେଦ କରାଯାଇନି ଏବଂ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।
ଜିଲ୍ଲା ମୁଖ୍ୟ ମେଡିକାଲ ଅଫିସର୍ ଡାକ୍ତର ସଞ୍ଜୟ ରିଶିଶ୍ବାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସମସ୍ତ ୪ ଜଣଙ୍କର ଏକ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି।
Thipakhole Waterfall ଥିପାଖୋଲ ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ ଡାକ୍ତର କହିଛନ୍ତି, ପିଲାମାନଙ୍କ ପ୍ଲେଟଲେଟ୍ କାଉଣ୍ଟ୍ ହଠାତ୍ କମିଥିଲା।
ଜଣେ ଶିଶୁର ସ୍ବାସ୍ଥ୍ୟ ହଠାତ୍ ଅତ୍ୟନ୍ତ ଖରାପ ହେବା ସହ ଏକାଧିକ ଅଙ୍ଗ ଅକାମୀ ହୋଇଗଲା।
ସମସ୍ତ ପରିବାର ସଦସ୍ୟଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି।
ମୃତକଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ତନବୀର ଅହମଦଙ୍କ ପୁଅ ଏବଂ ଅନ୍ୟ ଜଣେ ହେଉଛନ୍ତି ତାଙ୍କ ଭଉଣୀଙ୍କ ପୁଅ।
ସେମାନେ ଫିଜିକାଲ୍ ପୁଲିସ ଷ୍ଟେସନ୍ ଅଞ୍ଚଳର ବାସିନ୍ଦା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।