Arrest: ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ପରେ ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ଘର ଉପରକୁ ପଥରମାଡ଼ ଅଭିଯୋଗ

Sep 06, 2026 - 15:01
Arrest: ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ପରେ ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ଘର ଉପରକୁ ପଥରମାଡ଼ ଅଭିଯୋଗ

"ନୂଆଦିଲ୍ଲୀ: ଜନ୍ତର ମନ୍ତର ପ୍ରତିବାଦ ବେଳେ ୩୮ ବର୍ଷୀୟ ସଞ୍ଜୟ ଆଜାଦଙ୍କୁ ଆକ୍ରମଣ ମାମଲାରେ ହିନ୍ଦୁତ୍ୱ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ ହେବା ପରେ ପୀଡ଼ିତଙ୍କ ପରିବାର ଉପରେ ପୁଣି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ପୀଡ଼ିତ ସଞ୍ଜୟଙ୍କ ୧୪ ବର୍ଷୀୟା ନାବାଳିକା ଝିଅ ଶନିବାର ରାତିରେ ସୋସିଆଲ ମିଡିଆ ''ଏକ୍ସ''ରେ କିଛି ଭିଡିଓ ପୋଷ୍ଟ କରି ବିଜେପି ସମର୍ଥିତ ଦୁର୍ବୃତ୍ତମାନେ ତାଙ୍କ ଘରକୁ ଘେରାଉ କରିବା ସହ ଢେଲା-ପଥର ମାଡ଼ କରିଥିବା ଅଭିଯୋଗ କରିଛନ୍ତି।Advertisment ସୁରକ୍ଷା ଦାବି କଲେ ପରିବାର ସୋସିଆଲ ମିଡିଆରେ ଭିଡିଓ ଜାରି କରି ନାବାଳିକା ଜଣକ ଦିଲ୍ଲୀ ଏବଂ ଗାଜିଆବାଦ ପୋଲିସ ନିକଟରେ ନିଜ ପରିବାରର ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି।

ଯଦି ମୋ ବାପା-ବୋଉଙ୍କର କିଛି ଅନିଷ୍ଟ ହୁଏ, ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ କଂଗ୍ରେସର ଛାତ୍ର ସଂଗଠନର ଜାତୀୟ ଅଧ୍ୟକ୍ଷ ବିନୋଦ ଜାକଡ଼ ପୀଡ଼ିତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ସାକ୍ଷାତ କରିବା ସହ ପୋଲିସର ନିଷ୍କ୍ରିୟତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ରାହୁଲ ଗାନ୍ଧୀ ଏହି ମୁଦ୍ଦା ଉଠାଇବା ପରେ ହିଁ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିଛି ବୋଲି ଜାକଡ଼ ଆକ୍ଷେପ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଜନ୍ତର ମନ୍ତରଠାରେ ଆନ୍ଦୋଳନ ବେଳେ ସଞ୍ଜୟ ଆଜାଦଙ୍କୁ ମାରାତ୍ମକ ଆକ୍ରମଣ କରିବା ମାମଲାରେ ୨୧ ବର୍ଷୀୟ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ କୋର୍ଟ ଶନିବାର ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇଛନ୍ତି।

ନିକଟରେ ଏକ ପୋଡକାଷ୍ଟରେ ଭରଦ୍ୱାଜ ନିଜେ ସଞ୍ଜୟଙ୍କ ମୁଣ୍ଡ ଫାଟାଇ ଦେଇଥିବା ଏବଂ ବିଜେପି ନେତା କପିଲ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସହ ସମ୍ପର୍କ ଥିବାରୁ ପୋଲିସ ତାଙ୍କୁ ଛାଡ଼ିଦେଇଥିବା ନେଇ ବାହାସ୍ଫୋଟ ମାରିବା ପରେ ଏହି ମାମଲା ପୁଣି ଚର୍ଚ୍ଚାକୁ ଆସିଥିଲା।

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।