Arrested: ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ଗୋଟିଏ ବାଇକ ଓ ମୋବାଇଲ ଜବତ

Sep 17, 2026 - 10:07
Arrested: ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ଗୋଟିଏ ବାଇକ ଓ ମୋବାଇଲ ଜବତ

"କାଲିମେଳା: ଆନ୍ତଃରାଜ୍ୟ ବାଇକ ଚୋର ଗିରଫ।

ଗୋଟିଏ ବାଇକ ଓ ମୋବାଇଲ ଜବତ।

ଜବତ ବାଇକ ଓ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ | ଗିରଫ ଅଭିଯୁକ୍ତ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୦୮ ଗ୍ରାମର ନୀଳକଣ୍ଠ ମଣ୍ଡଳ |Advertisment ଗତ ୯ ତାରିଖ ଦିନ କାଲିମେଳା ଥାନା ଅନ୍ତର୍ଗତ ବୁଦୁଗୁଡା ଗ୍ରାମର ସୋମନାଥ କବାସୀ ଘର ଅଗଣାରେ ରାତିରେ ଶୋଇଥିବା ବେଳେ ଏକ ବାଇକ ଓ ଗୋଟିଏ ମୋବାଇଲ ଚୋରି ହୋଇଯାଇଥିବାର କାଲିମେଳା ଥାନାରେ ଅଭିଯୋଗ କରିଥିଲେ | ପୁଲିସ ତଦନ୍ତ କରି ଚୋରି ବାଇକ ଓ ମୋବାଇଲ ଉଦ୍ଧାର କରିବା ସହିତ ଆଜି ମାଲିକଙ୍କୁ ହସ୍ତାନ୍ତର କରିଛି କାଲିମେଳା ପୁଲିସ | ଏଥିରେ ଆନ୍ତଃ ରାଜ୍ୟ ବାଇକ ଗ୍ୟାଙ୍ଗର ସମ୍ପୃକ୍ତି ଥିବାର ପୁଲିସ ସନ୍ଦେହ କରି ତଦନ୍ତ ଜାରି ରଖିଥିବାର ଜଣା ପଡିଛି | Death: ବିଶ୍ୱକର୍ମା ପୂଜାରେ ଅଘଟଣ: ଫୁଲ ତୋଳିବା ବେଳେ ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।